ଓଡ଼ିଶାରେ ୭୬ ନମୁନା ପରୀକ୍ଷା ସେଥିରୁ ୨ଟି ପଜିଟିଭ୍‌

An Independent Media

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କରୋନା ଭାଇରସ୍‌ ସଂକ୍ରମଣ ଉପରେ ସରକାର କଡ଼ା ନଜର ରଖିଛନ୍ତି। ରବିବାର ସୁଦ୍ଧା ଓଡ଼ିଶାରେ ୭୬ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି। ସେଥିରୁ ୨ଟି ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଆଉସବୁ ନେଗେଟିଭ ରହିଛି। ତେବେ ଚିହ୍ନଟ ୨ ଜଣଙ୍କୁ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଥିବାବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଉଭୟ ହସ୍ପିଟାଲ୍‌ରେ ଦିଆଯାଉଥିବା ସାଧାରଣ ଖାଦ୍ୟ ଖାଉଛନ୍ତି। ଏମାନଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ ଜଣଙ୍କ ସହ ଯୋଗାଯୋଗ କରାଯାଇଛି। ୨୮ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେଶନ୍‌ରେ ରଖାଯାଇଛି। ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଏବେବି ପ୍ରଚେଷ୍ଟା ଚାଲିଛି। ୯ଟି ମନିଟରିଂ ଟିମ୍‌ ଏଥିପାଇଁ କାର୍ଯ୍ୟ କରୁଛନ୍ତି।

error: Thank You Keep Visiting