ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ
ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପୁଣି ସସ୍ପେନ୍ସ ଦେଖାଦେଇଛି। ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ୟୁନିୟନ ବ୍ୟାଙ୍କରେ ରହିବା ନିଷ୍ପତ୍ତି ରଦ୍ଦ ହୋଇଛି। ଗତ ୧୮ ତାରିଖରେ ହୋଇଥିବା ଟେଣ୍ଡରକୁ ବାତିଲ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଟେଣ୍ଡରରେ ଭାଗ ନେଇଥିବା ସବୁ ବ୍ୟାଙ୍କକୁ ଅବଗତ କରାଯାଇଛି। ବ୍ୟାଙ୍କକୁ ଚିଠି କରି ଅବଗତ କରିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ। ଏହାସହ ପୁରୁଣା ଟେଣ୍ଡର ବାତିଲ ସହ ପୁନଃ ଟେଣ୍ଡର ପାଇଁ ଆହ୍ୱାନ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟା ସୁଦ୍ଧା ଟେଣ୍ଡର ପକାଇବାକୁ ଆହ୍ୱାନ କରାଯାଇଛି। ୩ ବର୍ଷ ପାଇଁ ଟେଣ୍ଡର ନ କରି ବର୍ଷିକିଆ ସ୍ଥାୟୀ ଜମା ପାଇଁ ଏହି ଟେଣ୍ଡର ଆହ୍ୱାନ କରାଯାଇଛି।