ପ୍ରଶାସନର ମନ୍ ମାନିକୁ ବିରୋଧ କରି ସାଙ୍କେଶ ଗ୍ରାମ ପକ୍ଷରୁ ୩୨୬ ନଂଜାତୀୟ ରାଜପଥ ଅବରୋଧ

An Independent Media

ରାୟଗଡ଼ା: କରୋନାରେ  ମୃତ୍ୟୁବରଣ କରୁଥିବା ରୋଗୀଙ୍କ ମୃତଦେହକୁ ଗାଁ ନିକଟରେ ପ୍ରଶାସନ ପକ୍ଷରୁ ପୋତା ଯାଉଥିବାରୁ  ସାଙ୍କେଶରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ପ୍ରଶାସନର ଏପରି କାର୍ଯ୍ୟକୁ ବିରୋଧ କରି ୩୨୬ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ତହସିଲଦାର ସୁନୀଲ କୁମାର ଖରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କରୋନା ରୋଗୀଙ୍କ ମୃତ୍ୟୁ ପରେ ପ୍ରଶାସନ ପକ୍ଷରୁ ଉପର ସାଙ୍କେଶ କଲୋନୀ ଗ୍ରାମ ତଥା ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ମା ସାଙ୍କେଶ୍ୱରୀ ମନ୍ଦିର ପଛପଟ ସ୍ଥାନରେ ପୋତି ଦଉଛନ୍ତି ଏହି ସ୍ଥାନକୁ ଅନେକ ସମୟରେ ପର୍ଯ୍ୟଟକ ବଣଭୋଜି କରିବାକୁ ଆସୁଥିବା ବେଳେ ଗାଁ ଲୋକ ମଧ୍ୟ ବିଭିନ୍ନ କାମରେ ବ୍ୟବହାର କରି ଆସୁଛନ୍ତି। ବର୍ତ୍ତମାନ କରୋନା ରୋଗୀଙ୍କ ମୃତ୍ୟୁ ଦେହ ପୋତା ଯାଉଥିବାରୁ ଆଗାମୀ ଦିନରେ ଏହି ଅଞ୍ଚଳରେ କରୋନା ବ୍ୟାପିବା ଆଶଙ୍କା ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

error: Thank You Keep Visiting