ରଥରେ ମହାପ୍ରଭୁଙ୍କୁ ସ୍ପର୍ଶ କରିବା ମନା
ପୁରୀ : ଶ୍ରୀଜୀଉ ରଥରେ ବିଜେ କରିଥିବା ବେଳେ କୌଣସି ଅନଧିକୃତ ବ୍ୟକ୍ତି ସ୍ପର୍ଶ କରିପାରିବେ ନାହିଁ। ପହଣ୍ଡି ସମୟରେ ମଧ୍ୟ ଏହି କଟକଣା ବଳବତ୍ତର ରହିବ। ରଥଉପରେ ଅଣସେବକଙ୍କ ଚଢିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ତେଣୁ ଶ୍ରୀଜୀଉଙ୍କ ପହଣ୍ଡି ସମୟରେ ୨ଟି କର୍ଡନ କରାଯିବ। ରଥ ଚତୁଃପାର୍ଶ୍ବରେ ଲୁହା ବ୍ୟାରିକେଡ୍ କରାଯିବା ସହ ସଶସ୍ତ୍ର ପୁଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ରହିବେ। ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଏବଂ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶକୁ ଭିତ୍ତିକରି ଶ୍ରୀମନ୍ଦିର ପ୍ରଶାସନ ଏପରି ନିଷ୍ପତ୍ତି ଗ୍ରହଣ କରିଛି। କଟକଣା ଉଲ୍ଲଂଘନ କରି ଶ୍ରୀଜୀଉଙ୍କୁ ସ୍ପର୍ଶ କିମ୍ବା ରଥରେ ଚଢିଲେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।