୧୪୪ ଧାରା ଉଲଘଂନରେ ବଳି ପଡିଲେ ଆନ୍ଦୋଳନକାରୀ

Straight to the Point

ପାରାଦୀପ: ପାରାଦୀପ ସ୍ଥିତ ଆଦାନୀ ୱିଲମାର କମ୍ପାନୀ ଫାଟକ ସମ୍ମୁଖରେ କିଛି କୁଚକ୍ରି ଗୋଷ୍ଠିଙ୍କ ପ୍ରରୋଚନାରେ ୧୪୪ ଧାରାକୁ ଉଲଘଂନ କରି ଦୁଇଦିନ ଧରି ଧାରଣାରେ ସପରିବାରେ ବସିଥିବା ଆନ୍ଦୋଳନ କାରୀଙ୍କୁ ଗତକାଲି ପୋଲିସ ଗିରଫ କରିଛି । ସେଥିମଧ୍ୟରୁ ୨୨ଜଣ କୋର୍ଟ ପରୱାର୍ଡ ହୋଇଥିବା ବେଳେ ଅନ୍ୟମାନଙ୍କୁ ବେଲବଣ୍ଡରେ ପୋଲିସ ଛାଡିଥିବାର ପ୍ରକାଶ । ପ୍ରକାଶ ଥାଉକି କାରଗିଲ ଇଣ୍ଡିଆ ନାମକ ଏକ ପାମୋଲିନ ରିଫାଇନାରୀ କମ୍ପାନୀ ୨୦୦୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି କମ୍ପାନୀ ଇଣ୍ଡୋନେସିଆ ଓ ମାଲେସିଆ ରୁ ଆଶୋଦ୍ଧିତ ପାମୋଲିନ୍ ତେଲ ଆଣି ପାରାଦୀପରେ ଥିବା ନିଜ ପ୍ଲାଣ୍ଟରେ ବିଶୋଧନ କରୁଥିଲା । କିନ୍ତୁ କାରଗିଲ କମ୍ପାନୀର ଆଥିକ କ୍ଷତି ହେବାରୁ ୨୦୧୬ ମସିହାରେ ଏହି କମ୍ପାନୀକୁ ବନ୍ଦ କରିଦେଇଥିଲା । ଏହି କାରଣରୁ ଏହି କମ୍ପାନୀରେ କାର୍ଯ୍ୟ କରୁଥିବା ସ୍ଥାନୀୟ ୧୫୨ ଜଣ ଶ୍ରମିକ ନିଜର କର୍ମ ସଂସ୍ଥାନ ହରାଇଥିଲେ । ନିକଟ ଅତୀତରେ କାରଗିଲ କମ୍ପାନୀ ତାର ଏହି ପ୍ରକଳ୍ପ କୁ ଆଦାନୀ ୱିଲମାର ଲିମିଟେଡ୍ କମ୍ପାନୀକୁ ବିକ୍ରୟ କରିଦେଇଥିଲେ । ତେବେ ବିକ୍ରି କରିବା ପୂର୍ବରୁ ସମସ୍ତ କର୍ମଚାରୀ ଓ ଶ୍ରମିକଙ୍କୁ ତାଙ୍କର ନ୍ୟାର୍ୟ୍ୟପ୍ରାପ୍ୟ କାରଗିଲ କମ୍ପାନୀ ପ୍ରଦନା କରିଥିଲା । କିନ୍ତୁ ଏବେ ନୂତନ ଭାବେ ଏହି ପ୍ରକଳ୍ପକୁ କ୍ରୟ କରିଥିବା ଆଦନୀ ୱିଲମାର କମ୍ପାନୀରେ ନିଯୁକ୍ତି ଦାବି ନେଇ ଦିର୍ଘଦିନ ହେବ ଏହାର ଫାଟକ ସମ୍ମୁଖରେ ୧୪୪ ଧାରା ବଳବତ୍ତର ରହିଥିବା ସ୍ଥଳେ କିଛି ସ୍ୱାର୍ଥବାଦୀ ଚରିତ୍ରଙ୍କ ପ୍ରରୋଚନାରେ ଏହି ଶ୍ରମିକ ମାନେ ଧାରଣାରେ ବସିଥିଲେ ଗତକାଲି ପୋଲିସ ସେମାଙ୍କୁ ବୁଜାଇବାରେ ବିଫଳ ହୋଇ ଶେଷରେ କୁଜଙ୍ଗ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ଚରଣ ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଆନ୍ଦୋଳନ କାରୀଙ୍କୁ ସେଠାରୁ ଘଉଡାଇବା ଉଦ୍ଦେଶ୍ୟରେ ୨୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ବେଳେ ଅନ୍ୟମାନଙ୍କୁ ରାତିରେ ରଖି ସକାଳୁ ବେଲ ବଣ୍ଡରେ ଛାଡି ଦେଇଛନ୍ତି । ତେବେ କିଛି ସ୍ୱାର୍ଥବାଦୀ ନେତା ଓ ଏକ ବିଶିଷ୍ଟ ଗଣମାଧ୍ୟମ ପ୍ରତିଦିନ ବୋଲାଉଥିବା ବ୍ୟକ୍ତିଙ୍କ ପ୍ରରୋଚନାରେ ବିଚରା ନିରିହ ଶ୍ରମିକ ମାନେ ବଳି ପଡିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

[amazon_link asins=’B0758GWFSX,B07F9ZDV3R,B07FB55SMZ,B008OPT50Y,B076337WTX,B07D4F8PJX,B075ZXH31T,B073Y686P5,B0792Z6D7Y’ template=’ProductCarousel’ store=’odishajournal-21′ marketplace=’IN’ link_id=’5023ab0a-86b4-11e8-b204-a15c59b61d12′]

error: Thank You Keep Visiting