ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ ; ଭିଡ଼ିଓ

Straight to the Point

ପୁରୀ: ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ନବ ଦିନାତ୍ମକ ଯାତ୍ରା । ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପରେ  ନନ୍ଦିଘୋଷ ରଥରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କାଳିଆ ସାଆନ୍ତ । ତାଳଧ୍ୱଜ ଓ ଦର୍ପଦଳନ ରଥ ପରେ ବଡଦାଣ୍ଡରେ ନନ୍ଦିଘୋଷ ରଥ ଗଡିଛି। ତାଳଧ୍ୱଜ , ଦର୍ପଦଳନ ଓ ନନ୍ଦିଘୋଷ  ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ସାରିଛି । ଶନିବାରରେ  ନିର୍ଦ୍ଧାରିତ ସମୟ ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଦିନ ୪ଟାରେ ରଥଟଣା ଆରମ୍ଭ ହେବ ବୋଲି ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିବା ବେଳେ ଦିନ ପ୍ରାୟ ୨ଟା ୩୦ରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା।

ପହଣ୍ଡି ବିଜେ ଶେଷ ହେବା ପରେ , ଗଜପତି ମହାରାଜ ଦିବ୍ୟସିଂହ ଦେବ ଥାଟ୍ଟ ଓ ପଟୁଆରରେ ପାଲିଙ୍କି ଚଢି ଛେରା ପହଁରା କରିବା ପାଇଁ ଆସିଥିଲେ । ଏହା ପୂର୍ବରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଶିଷ୍ୟଙ୍କ ଗହଣରେ ୩ ରଥରେ ଶ୍ରୀଜୀଉଙ୍କୁ ପୂଜାର୍ଚ୍ଚନା କରିଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ  ରଥ ଟଣା ଆରମ୍ଭ ହୋଇଥିଲା । ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ରଥ ଟାଣିଥିଲେ । ମଧ୍ୟାହ୍ନରେ କିଛି ସମୟ ପାଇଁ ବର୍ଷା ହୋଇଥିଲା।  ଭକ୍ତମାନେ ଆନନ୍ଦ ଉଲ୍ଲାସର ସହ ତିନି ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ । ସନ୍ଧ୍ୟା ପୂର୍ବରୁ ତିନି ରଥ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ ।

error: Thank You Keep Visiting