ଅଗଷ୍ଟରେ ଓଡିଶା ଆସିବେ ରାହୁଲ ଗାନ୍ଧି

Straight to the Point

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ମାସରେ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡିଶା ଗସ୍ତରେ ଆସି ଦଳୀୟ ର୍କକର୍ତାଙ୍କ ସହ ଆଲୋଚନା କରିବେ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ନବ ଦାସ ପ୍ରକାଶ କରିଛନ୍ତି । ସୋମବାର ପୂର୍ବାହ୍ନରେ ରାଜ୍ୟ ପିସିସି କାର୍ଯ୍ୟାଳୟରେ ନବ ଗଠିତ ପିସିସି ସମନ୍ୱୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ପରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ କହିଥିଲେ ଯେ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ପ୍ରାର୍ଥୀ ତାଲିକାକୁ ପିସିସି ସଭାପତି ଏଆଇସିସି ଅଧ୍ୟକ୍ଷଙ୍କ ନିକଟକୁ ପଠାଇ ସାରିଛନ୍ତି । ଏହି ବୈଠକରେ ବିଭିନ୍ନ ନେତା ମାନଙ୍କ ମଧ୍ୟରେ ସମନ୍ୱୟ ନେଇ ଆଲୋଚନା କରାଯାଇଥିଲା । ତୃଣମୂଳ ସ୍ତରର କର୍ମୀମାନେ ଛାମୁଆ ନେତା ମାନଙ୍କୁ ଭେଟିଥିଲେ । ଦଳ ଭିତରେ ପୁଣି ଫାଟ ଦେଖାଯାଇଥିବା ସମ୍ପର୍କରେ ସେ କହିଛନ୍ତି ଯେ ଫାଟ ନଥିଲେ ବାଟ ବାହାରିବ ନାହିଁ । କମିଟିର ଅଧ୍ୟକ୍ଷ ତଥା ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

error: Thank You Keep Visiting