ଏମ୍ସ ରୁ ଡିସଚାର୍ଜ ହେବେ ଜଗା କାଳିଆ

Straight to the Point

ଭୁବନେଶ୍ୱର: ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଥିବା ଜଗା କାଳିଆ ଖୁବ୍ଶୀଘ୍ର ଡିସଚାର୍ଜ ହେବେ । ଡାକ୍ତରଖାନାରୁ ଡିସ·ର୍ଜ କରାଯିବା ନେଇ ପ୍ରକ୍ରିୟା ଅ ।ରମ୍ଭ ହୋଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଡାକ୍ତରଖାନାରୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି ବୋଲି ଜଗା କାଳିଅ ।ଙ୍କ ବାପା ଭୁଇଁଆ କହଁର ସୂଚନା ଦେଇଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଅ ।ସିଥିବାରୁ ଡାକ୍ତମାନେ ସେମାନଙ୍କୁ ଡିସ·ର୍ଜ କରିବାକୁ ନିଷ୍ପତି ନେଇଛନ୍ତି ।
ସୂଚନାଯାଗ୍ୟ ଯେ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ଓ କାଳିଆଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀସ୍ଥିତ ଏମସ୍ ପଠାଯାଇଥିଲା । ଗତ ବର୍ଷ ଅକ୍ଟୋବର ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଏମ୍ସର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପ·ର କରାଯାଇ ଜଗା ଓ କାଳିଅ ।ଙ୍କ ଯୋଡ଼ାମୁଣ୍ଡକୁ ଅଲଗା କରାଯାଥିଲା । ଉଭୟ ସୁସ୍ଥ ହେବା ନେଇ ହସ୍ପିଟାଲ ପକ୍ଷରୁ ବହୁ ବାର ଭିଡିଓ ଜାରୀ କରାଯାଇଥିଲା । ବର୍ତମାନ ଉଭୟ ସୁସ୍ଥ ଥିବା ସୂଚନା ମିଳିଛି ।

error: Thank You Keep Visiting