ରିମାଣ୍ଡ ଅବଧି ସରିବା ପରେ ଜେଲ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ,୨ ସାର୍ଫ ସୁଟର ଗିରଫ

Straight to the Point

କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟାର ଟିଟୋ ଓରଫ ସୟଦ୍ ଉସମାନ ଅଲ୍ଲୀକୁ କ୍ରାଇମବ୍ରାଂଚର ଏସ.ଟି.ଏଫ. ତିନି ପର୍ଯ୍ୟାୟର ୧୨ ଦିନିଆ ରିମାଣ୍ଡ ଶେଷ ପରେ ସୋମବାର କେନ୍ଦ୍ରାପଡା କୋର୍ଟରେ ହାଜର କରାଇଛି । ପରେ ଟିଟୋକୁ ବାରିମୂଳ ସ୍ଥିତ ଉପ କାରାଗାରକୁ ପଠାଇ ଦିଆଯାଇଥିବା ଜଣା ପଡିଛି । ତୃତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ କ୍ରାଇମବ୍ରାଂଚ ଏସ.ଟି.ଏଫ.ପକ୍ଷରୁ ଡି.ଏସ.ପି.ରାମଚନ୍ଦ୍ର ଥମ୍ବ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଆଜି ଅପରାହ୍ନରେ ଗ୍ୟାଙ୍ଗଷ୍ଟାର ଟିଟୋକୁ ହାଜର କରାଇଥିଲେ । କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ପକ୍ଷରୁ କୋର୍ଟରେ ଆଉ କୈାଣସି ରିମାଣ୍ଡ ଦରଖାସ୍ତ କରାଯାଇନଥିବାରୁ କୋର୍ଟ ଅଭିଯୁକ୍ତ ଟିଟୋକୁ ବାରିମୂଳସ୍ଥିତ କେନ୍ଦ୍ରାପଡା ଉପକାରାଗାରକୁ ପଠାଇ ଦେଇଥିଲେ । କେନ୍ଦ୍ରାପଡା ପୋଲିସ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ କୋର୍ଟ ପରିସରରେ ୧ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା । ଏସ.ଡି.ପି.ଓ.ରାଜୀବଲୋଚନ ପଣ୍ଡା ଏବଂ ଟାଉନ ଥାନା ଅଧିକାରୀ ତପନ କୁମାର ନାୟକ ପୋଲିସ ଫୋର୍ସ ସହିତ କୋର୍ଟ ପରିସରରେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନମାସ ୩୦ତାରିଖରେ ଟିଟୋକୁ କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ଦିଲାରପୁରସ୍ଥିତ ବାସଭବନରୁ ଗିରଫ କରି ଭୂବନେଶ୍ୱର ନେଉଥିବା ସମୟରେ ଚଣ୍ଡିଖୋଲଠାରେ ସେ ଖସିଯିବାକୁ ଚେଷ୍ଟା କରିବାରେ ପୋଲିସ ଏନକାଉଁଟରରେ ଆହାତ ହୋଇ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲା । ଚଳିତମାସ ୩ତାରିଖରେ ଟିଟୋକୁ କୋର୍ଟ ଚାଲାଣ କରାଯାଇଥିଲା । ୪ତାରିଖରେ କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ପକ୍ଷରୁ ପ୍ରଥମେ ୧୦ଦିନ ପାଇଁ ଟିଟୋକୁ ରିମାଣ୍ଡରେ ନେବାକୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ଆବେଦନ କରିବାରେ କୋର୍ଟ ୫ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ । କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ଟିଟୋକୁ ୪ତାରିଖରେ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚୁରା କରିବା ପରେ ପୁନର୍ବାର ୯ତାରିଖରେ ଟିଟୋକୁ କୋର୍ଟରେ ହାଜର କରାଇ ଦ୍ୱିତୀୟ ଥର ୫ଦିନ ପାଇଁ ରିମାଣ୍ଡ ମାଗିବାରେ କୋର୍ଟ ୪ଦିନ ରିମାଣ୍ଡ ମଞ୍ଜୁର କରିଥିଲେ । ଏହାପରେ ୧୩ତାରିଖରେ ତୃତୀୟ ଥର ପାଇଁ ୫ଦିନ ନିମନ୍ତେ କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ଆବେଦନ କରିବାରେ କୋର୍ଟ ୩ଦିନ ପାଇଁ ରିମାଣ୍ଡ ମଞ୍ଜୁର କରିଥିଲେ । ଟିଟୋ ଠାରୁ ତା’ର ଅପରାଧୀକ ସାମ୍ରାଜ୍ୟ ସମ୍ପର୍କରେ ତଥ୍ୟ ହାସଲ କରି ତାର ଅନ୍ୟ ସହଯୋଗୀମାନଙ୍କୁ ଗୋଟିଏ ପରେ ଗୋଟିଏ ଉଠାଇ ତଦନ୍ତ ଜାରି ରଖିଛି । ଅପର ପକ୍ଷେ ଏସ.ଟି.ଏଫ. ଟିଟୋଙ୍କର ଅଫ୍ଡେଟେଡ କେସ୍ ଡାଏରୀ ଏସ.ଟି.ଏଫ.ଙ୍କ କୋର୍ଟରେ ଦାଖଲ କରିବା ସହ ଚାର୍ଜସିଟ୍ ଜବତ ସମ୍ପତିର ସିଜର ଲିଷ୍ଟ, ତିନିଟି ଜଉମୁଦା ଲଫାପାରେ ମାନ୍ୟବର ଅଦାଲତରେ ଦାଖଲ କରିଥିଲା । ଟିଟୋଙ୍କ ବିରୋଧରେ କେଉଁ କେଉଁ ଅପରାଧର ଚାର୍ଜ କରାଯାଇଛି ସେ ସମ୍ବନ୍ଧରେ ବିଶେଷ ତଥ୍ୟ ମିଳିନାହିଁ । ଟିଟୋର ସହଯୋଗୀ ଦିଲାରପୁରର ସେକ ସଇଦ ଓ ଇଛାପୁରର ବାବୁଲା ଓରଫ ଶୁଭେନ୍ଦୁ ପତ୍ରୀଙ୍କୁ ଏସ.ଟି.ଏଫ. ୨ ଦିନ ତଳେ ଉଠାଇ ନେଇ ତନାଘନା ପଚରାଉଚରା କରିଥିଲା ଆବଶ୍ୟକୀୟ ତଥ୍ୟ ସଂଗ୍ରହ ପରେ ଆଜି ସେହି ଦୁଇଜଣଙ୍କୁ ଜି.ଆର.କେଶ ନମ୍ବର – ୮୮୪/୨୦୧୮ରେ ଭାରତୀୟ ପିଙ୍ଗଳକୋର୍ଡର ୪୪୭,୫୦୬,୧୨୦(ଖ) ଓ ୩୪ଦଫା ଏବଂ ୨୫ ଓ ୨୭ ଆର୍ମସ ଆକ୍ଟରେ କ୍ରାଇମବ୍ରାଂଚ ଏସ.ଷ୍ଟି.ଏଫ.ପକ୍ଷରୁ କେନ୍ଦ୍ରାପଡା ଏସ.ଡି.ଜେ.ଏମ.ଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ମାମଲା ପରିଚାଳନା କରୁଥିଲେ । ଟିଟୋଙ୍କ ଓକିଲ ବରିଷ୍ଠ ଆଇନୀଜିବୀ ବନ ବିହାରୀ ମହାନ୍ତି କୋର୍ଟରେ ଉପସ୍ଥିତ ଥିଲେ ।

error: Thank You Keep Visiting