ବନାବିରା ଗୁଳିକାଣ୍ଡ ମାମଲା:ଜୟନାରାୟଣ ମିଶ୍ରଙ୍କୁ ମିଳିଲା ଜାମିନ୍
ଭୁବନେଶ୍ୱର: ବନାବିରା ଗୁଳିକାଣ୍ଡ ମାମଲାରେ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ ମିଳିଛି । ହାଇକୋର୍ଟ ଶ୍ରୀ ମିଶ୍ରଙ୍କୁ ସର୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।୫୦ ହଜାର ଟଙ୍କା ଲେଖାଁଏ ୨ ଜାମିନଦାରଙ୍କ ବଦଳରେ ଶ୍ରୀ ମିଶ୍ରଙ୍କୁ ଜାମିନ ମିଳିଛି । ଏହାସହ ଶ୍ରୀ ମିଶ୍ର ନିମ୍ନ ଅଦାଲତର ବିନା ଅନୁମତିରେ ଦେଶ ବାହାରକୁ ବାହାରକୁ ପାରିବେ ନାହିଁ ବୋଲି ହାଇକୋର୍ଟ ସର୍ତ ରଖିଥିବା ତାଙ୍କ ଓକିଲ ପିତାମ୍ବର ଆ·ର୍ଯ୍ୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ପୂର୍ବରୁ ଗତ ଫେବୃଆରୀ ୨୨ ତାରିଖରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ସମେତ ୪ ଜଣ ବିଜେଡି କର୍ମୀଙ୍କ କାର ଉପରେ ବନାବିରା ଠାରେ ଗୁଳିମାଡ ହୋଇଥିଲା । ଏଥିରେ କାର ଡ୍ରାଇଭର ଦିଲେଶ୍ୱର ସାହୁଙ୍କର ମୃତ୍ୟୁ ଘଟିଥିଲା । ଏହି ମାମଲାରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ପଦ୍ମପୁର ଥାନା ପୁଲିସ ଶ୍ରୀ ମିଶ୍ରଙ୍କୁ ତାଙ୍କ ସମ୍ବଲପୁର ସ୍ଥିତ ବାସଭବନରୁ ଗିରଫ କରିଥିଲା ।