ପ୍ରଶ।ନ୍ତଙ୍କ ବିକଳ୍ପ କିଏ? ଶଶିକାନ୍ତ ନା ମନ୍ଦାକିନୀ!

Straight to the Point

ଜଗତସିଂହପୁର: ଦିନ ଯେତେ ପାଖେଇ ଆସୁଛି ଜିଲ୍ଲା ବିଜେଡି ରାଜନିତି ସେତିକି ସରଗରମ୍ ହେଉଛି । ସେହିପରି ଆଗାମି ୨୦୧୯ ନିର୍ବାଚନ ରେ ବିଜେଡି ବାଲିକୁଦା-ଏରସମା ରେ କାହାକୁ ନେଇ ତାର ରାଜନିତି ଡୋରିଭିଡିବ ତାହାକୁ ନେଇ ଏବେ ଠାରୁ କସରତ ହେଲାଣି ସେପଟେ ବିଧାୟକ ପ୍ରସାନ୍ତ ମୁଦୁଲି ଥିବାବେଳେ ଅନ୍ୟ ପଟେ ଯୁବନେତା ଶଶିକାନ୍ତ ପରିଡା ବିଜେଡି ବ୍ୟାନରରେ ତାଙ୍କୁ କଡା ଟକର୍ ଦେଉଛନ୍ତି । ସେପଟେ ପାରାଦିପ ବିଧାୟକ ଡା.ରାଉତଙ୍କ ନିକଟତର ଶଶିକାନ୍ତଙ୍କୁ ଆଗକୁ ବିଧୟକ ପ୍ରାର୍ଥି କରିବେ ବୋଲି ଚର୍ଚା ଧରିଛି । ଅନ୍ୟପଟେ ନାରୀ ନେତ୍ରୀ ମନ୍ଦାକିନୀ କରଙ୍କୁ ନେଇ ମଇଦାନକୁ ଓହ୍ଲାଇବ ବୋଲି ଚର୍ଚା ଜଗତସିଂହପୁର ବିଜେଡି ରାଜନିତିରେ ସରଗରମ କରିଛି । ସେପଟେ କେବଳ ଜିଲ୍ଲା କଲ୍ଳୋଳ ଉତ୍ସବକୁ ଆସି କିଛିଟା ଝଲକ ଦେଇ ଜାଇଥିବା ମନ୍ଦାକିନୀଙ୍କ ସମର୍ଥକଙ୍କ ସଂଖ୍ୟା ଧିରେଧିରେ ବୃଧିହେବାରେ ଲାଗିଛି । ଏପଟେ ସୋସିଆଲ ମେଡିଆରେ ମଧ୍ୟ ତାଙ୍କ ଗୃପହୋଇ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରି ଯୋଜନା ସହିତ ମନ୍ଦାକିନୀଙ୍କ ପ୍ରଚାର ଜୋରଦାର ଚାଲିଛି । ଆଗାମି ଦିନରେ ଯଦିସେ ବିଜେଡି ରୁ ପ୍ରାର୍ଥି ହେବାପାଇଁ ଇଛାପ୍ରକଟ୍ଟ ନକରନ୍ତି ତେବେ ଦଳ ତାଙ୍କୁ ନେଇ ଷ୍ଟାର ପ୍ରଚାରକ ରୁପେ ମଇଦନକୁ ଓଲ୍ଲାଇବ ବୋଲିି ଦଳ ସ୍ତିର କରିଛି । କାରଣ ସେ ଆଜି ଯାଏ ମନ୍ଦାକିନୀ ୪ଟି ବ୍ଲକ ରେ ପର୍ଯବେକ୍ଷକ ହୋଇ ରେକଡ ପରିମାଣର ଭୋଟ ହାତେଇବାରେ ସକ୍ଷମହୋଇ ମୁଖ୍ୟମନ୍ତ୍ରୀଙ୍କ ଖାସ ନିକଟତର ହୋଇପାରିଛନ୍ତି । ଛାତ୍ର ଜିବନରୁ ବିଜେଡି ରାଜନିତିରେ ପାଦ ଥାପି ଆଜି ସେ କେବଳ ଜିଲ୍ଲା ନୁହେଁ ସାରା ରାଜ୍ୟରେ ଗୋଟେ ପରିଚୟ ଶୃଷ୍ଟି କରିପାରିଛନ୍ତି । ଓଡିଶା ବିଜେଡି କମିଟିରେ ବେସ୍ ପରିଚିତ ଥିବା ରାଜ୍ୟ ବିଜୁ ଜୁବ ଜନତା ଦଳର ଉପ ସଭାନେତ୍ରି ମନ୍ଦାକିନୀ କର ସେହିପରି ଓଡିଶା ସରକାରଙ୍କ ଶିଶୁ ସୁରକ୍ଷା ବିକାଶ ଆୟୋଗ ଶଦସ୍ୟା ଅଛନ୍ତ ିା ଦଳିୟ ମହଲରେ ବେସ ଚର୍ଚାରେ ଥିବା ଜଗତସିଂହପୁର ବାଲିକୁଦା ଅଂଚଳ ଝିଅ ମନ୍ଦାକିନୀ ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟ କରି ଶିଶୁ ତଥା ବିଭିନ୍ନ ବର୍ଗର ସାଧାରଣଙ୍କ ଉନ୍ନତି ନିମନ୍ତେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ସେ ଏଥର ଜଗତସିଂହପୁର ଜିଲ୍ଲା ରାଜନିତିରେ ପାଦ ଥାପିବେବୋଲି କିଛି ଭିତିରି ଦଳିୟ ମହଲରୁ ସୁରାଗ ମିଳୁଛି! ସେପଟେ ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୁଁ ଲୋକଙ୍କ ପାଇଁ ଦଳ ନିର୍ଦେଶରେ କାମକରୁଛି ଆଉକରି ଚାଲିବି ବାଲିକୁଦା ରୁ ଆପଣ ନିର୍ବାଚନ ଲଢିବେ କି ନାହିଁ ପଚାରିବାରୁ ସେ କହିଛନ୍ତି ସେ ବିସୟରେ ମୁଁ ଚିନ୍ତା କରିନି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ମାନିବାକୁ ମୁଁ ପ୍ରତିଶୃତିବଧ ଓ ପ୍ରସାନ୍ତ ମୁଦୁଲି ହେଉଛନ୍ତି ମୋର ଗାଁ ର ବଡଭାଇ ତାଙ୍କୁ ସମ୍ନ୍ାନ ଦେବା ମୋର କର୍ତବ୍ୟ । ଆଗମି ଦିନରେ ନିଜ ଜିଲ୍ଲା ମାଟିରେ ଶଶିକାନ୍ତ ଓ ମନ୍ଦାକିନିଙ୍କଭୂମିକା କଣ ରହୁଛି ଦେଖିବାକୁ ବାକିରହିଲା ।

error: Thank You Keep Visiting