କୁମ୍ଭକର୍ଣ୍ଣ ନିଦ୍ରାରେ ଜଳସେଚନ ବିଭାଗ,ଗ୍ରାମବାସୀମାନେ ଆତଙ୍କିତ

Straight to the Point

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଂଚାୟତର ଗୋବର୍ଦ୍ଧନପୁର ଓ କୋଟସାହି ଆଦି ସୁବର୍ଣ୍ଣରେଖା ନଦୀର ତଟବର୍ତୀ ଗ୍ରାମ ହୋଇଥିବା ବେଳେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ପଥର ସ୍ପର ଓ ପଥର ପ୍ୟାକିଂ ହେଉ ନ ଥିବାରୁ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଗୋବର୍ଦ୍ଧନପୁର, ଜମାଳପୁର, ବଡ ଚୋରମରା ଗ୍ରାମରେ ବାଲି ବସ୍ତା ପକାଇବା ପାଇଁ ଜନୈକ କଣ୍ଟ୍ରାକ୍ଟର ୫ଲକ୍ଷ ଟଙ୍କାରେ ଟେଣ୍ଡର ନେଇଥିବା ବେଳେ ଗୋବର୍ଦ୍ଧନପୁର ଠାରେ ଅଧାପନ୍ତରିଆ କାର୍ଯ୍ୟକରି ଛାଡି ଚାଲିଯାଇ ଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ନଦୀବନ୍ଧର ମହାଦେବ ମନ୍ଦିର ନିକଟରେ ଥିବା ବନ୍ଧ ବିପଦ ଜନକ ଅବସ୍ଥାରେ ରହିଛି । ବନ୍ଧର ଗୋଟିଏ ପଟରେ ନଦୀ ଥିବା ବେଳେ ଅନ୍ୟ ପଟରେ ପୋଖରୀ ଥିବାରୁ ସେଠାରେ ବନ୍ଧରେ ଘାଇ ହେବାର ସମ୍ଭାବନା ଦେଖାଦେଇଛି । ବିଭାଗୀୟ କର୍ମକର୍ତୀଙ୍କୁ ଏ ସର୍ମ୍ପକରେ ମତାମତ ଚାହିଁବାରୁ ସେମାନେ କହିଛନ୍ତି ଯେ କୋଟସାହି, ଜମାଳପୁର, ସାନରାଉତପଡା, ବାଇଗଣବାଡିଆ, ଛୋଟଖାନପୁର, ମାକିଡିଆ, କୁଅଁରପୁର ଠାରେ ବାଲି ବସ୍ତା ପକାଇବା ପାଇଁ ୨୦ଲକ୍ଷ ଟଙ୍କା ମଂଜୁର କରାଯାଇଛି । ବର୍ଷା ଦିନ ଆସି ଯାଇଥିବାରୁ ବିଭାଗ ତରଫରୁ ତରବରିଆ ଭାବେ କିଛି ଜାଗାରେ ବାଲିବସ୍ତା ପକାଇ ଅର୍ଥ ହଡପ କରିବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

error: Thank You Keep Visiting