ଓଡିଶାର କଳା ଓ ସଂସ୍କୃତି ଅନନ୍ୟ:ରାଜ୍ୟପାଳ
ପୁରୀ: ଓଡିଶାର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟ ଅନନ୍ୟ । ଶ୍ରୀଜଗନ୍ନାଥ ସର୍ବଧର୍ମ ସମନ୍ୱୟର ପ୍ରତୀକ । ଜୟଦବଙ୍କ ଗୀତଗୋବିନ୍ଦରେ ଉତ୍ସର୍ଗର ବାର୍ତ୍ତା ରହିଛି । ଏଠାରେ ମାଟି ନୃତ୍ୟକରେ, ପଥର କଥାକୁହେ । ଘୁଙ୍ଗୁର ସଂସ୍କୃତିକୁ ବଞ୍ଚାଇ ରଖେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ବଡଶଙ୍ଖ ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମଙ୍ଗଳବାର ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମଙ୍ଗଳବାର ଶରଧାବାଲିରେ ଅନୁଷ୍ଠିତ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବରେ ଯୋଗଦେଇ ସେ କହିଲେ ଦୁନିଆରେ ଭାରତର ମୁକାବିଲା କେହି କରିପାରିବେ ନାହିଁ । ଶ୍ରୀଜଗନ୍ନାଥ ସଂସ୍କୃତି ପାଖରେ ସାମ୍ପ୍ରଦାୟିକତାବାଦ ଓ ଜାତିବାଦ ହାର୍ ମାନିଯିବ । ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଲେ ନୃତ୍ୟ ଓ ସଙ୍ଗୀତର ପ୍ରାଣକେନ୍ଦ୍ର ଶ୍ରୀକ୍ଷେତ୍ର । ଏହାର ସୁରକ୍ଷା ପାଇଁ ଲୋକନୃତ୍ୟ ଉତ୍ସବର ଆବଶ୍ୟକତା ରହିଛି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏବଂ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଓଡିଶାର ପାରମ୍ପାରିକ ନୃତ୍ୟ ବିଶ୍ୱରେ ଲୋକପ୍ରିୟତା ଅଜର୍ୟନ କରିଥିବା ଶ୍ରୀମତି ପ୍ରଧରନ ମତ ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ଇଲିୟାନା ସୀତାରିଷ୍ଟ, କବି ମନ୍ଦାକିନୀ ମହାପାତ୍ର, ଆଇନଜୀବୀ ଅସୀତ ଅମିତାଭ ଦାସ ଓ ରଜନୀକାନ୍ତ ମହାପାତ୍ର, ସାହିତ୍ୟକ ସରୋଜ କୁମାର ପଟ୍ଟନାୟକ. ନାଟ୍ୟକର ପ୍ରଦୀପ କୁମାର ବିଶ୍ୱାଳ, ଅକ୍ଷୟ ପାତ୍ରଫାଉଣ୍ଡେସନ ମହାପ୍ରବନ୍ଧକ ମହେଶ ପ୍ରଧାନ, ସଂଗଠକ ରବିନାରାୟଣ ମିଶ୍ର, ପବିତ୍ର କୁମାର ସ୍ୱାଇଁ, ଜୟକୃଷ୍ଣ ପାତ୍ର, ହାସ୍ୟ ଅଭିନେତା ଦେବବ୍ରତ ଜେନା ଏବଂ ଦେବବ୍ରତ ଧିରଙ୍କୁ ସମ୍ମାନିତ କରାଯାଇଥିଲା । ସମାଜସେବୀ ପ୍ରତିମା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାଧାରଣ ସମ୍ପାଦକ ଅଶ୍ୱିନୀ କୁମାର ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଉପଦେଷ୍ଟା ବିମଳେନ୍ଦୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନ ସମ୍ପାଦକ ଲକ୍ଷ୍ମରନାରାୟଣ ଦାସ, ସାଂସ୍କୃତି କସମ୍ପାଦକ ବିଶ୍ୱଜିତ ମହାନ୍ତି ଏବଂ କୋଷାଧ୍ୟକ୍ଷ ଦେବାଶିଷ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପଦ୍ମଶ୍ରୀ ଇଲିୟାନାଙ୍କ ଓଡିଶୀନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା । ପ୍ରଭୁକୃପା କଲ୍ଚରାଲ ଗ୍ରୁପ ପକ୍ଷରୁ ଓଡିଶୀ ନୃତ୍ୟରେ ମଙ୍ଗଳାଚରଣ ଓ ଶ୍ରୀଜଗନ୍ନାଥ ଭଜନ ନୃତ୍ୟ, ଲଉଡି ଓଗାଳ ନୃତ୍ୟ ଗବେଷଣା କେନ୍ଦ୍ର ଦ୍ୱାରା ରାଧାକୃଷ୍ଣଙ୍କ ଲଉଡି ନୃତ୍ୟ, କ୍ଲାସିକ ଏଣ୍ଟରଟେନମେଣ୍ଟ କଳାକାରଙ୍କ ଦ୍ୱାରା ସମ୍ବଲପୁରୀ ଓ ଢ଼ାପ ନୃତ୍ୟ, ରଙ୍ଗଶାଳା ପକ୍ଷରୁ ପଲ୍ଲୀନୃତ୍ୟ, ଶିଳ୍ପୀ ଏଣ୍ଟରଟେନମେଣ୍ଟ କଳାକାରଙ୍କ ପକ୍ଷରୁ ମୟୂର ନୃତ୍ୟ, ଦୁଗର୍ୟାଷ୍ଟକମ୍ ଏବଂ ଲାଓଣୀ ନୃତ୍ୟ କରିବେଷଣ କରାଯାଇଥିଲା । ସୁରସଙ୍ଗୀତର କଣ୍ଠାଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ । ଦି ପଲଟିକାଲ ସର୍କସ କଳାକାରଙ୍କ ଦ୍ୱାରା ବ୍ୟଙ୍ଗ ଅଭିନୟ କରାଯାଇଥିଲା । ଶେଷଦେବ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।