ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ, ୫ ମୃତ, ୫ ଗୁରୁତର

Straight to the Point

ଭଦ୍ରକ:   ଭଦ୍ରକ ଜିଲା ଜାତୀୟ ରାଜପଥ ୧୬ର ରାଣୀତାଲ ନିକଟ ରହାଞ୍ଜ ଛକରେ ସଡକ ଦୁର୍ଘଟଣା ଘଟି  ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ସାଇକେଲରେ ଘରକୁ ଫେରୁଥିଲେ । ଦୃତ ଗତିରେ ଆସୁଥିବା ଏକ ଟ୍ରକ ଆଉ ଏକ ଟ୍ରକକୁ ଓଭରଟେକ୍‌ କରୁଥିବା ବେଳେ  ନିୟନ୍ତ୍ରଣ ହରାଇ ଏମାନଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୩ ଜଣ ଛାତ୍ରୀ ଥିବା ବେଳେ ୨ଜଣ ଛାତ୍ର ଅଛନ୍ତି ।  ୫ ଜଣ ଗୁରୁତରଙ୍କୁ  ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି ।  ଉତ୍ତ୍ୟକ୍ତ ଲୋକମାନେ  ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳିଦେବା ସହ ରାସ୍ତା ରୋକ କରିଛନ୍ତି । ଘଟଣାସ୍ଥଲରେ ଏସ୍‌ପି ଓ  ଜିଲାପାଳ ପହଞ୍ଚିଛନ୍ତି  । ମୃତକମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆହତମାନଙ୍କୁ ମାଗଣାରେ ସମସ୍ତ ଚିକିତ୍ସା କରାଯିବ ବୋଲି ଘୋଷଣା କରାଯାଇଛି ।

error: Thank You Keep Visiting