ଟିଟୋ ସାମ୍ରାଜ୍ୟ ପଛରେ ବିଜେଡିର ହାତ ରହିଛି:ବିଜେପି

Straight to the Point

ଭୁବନେଶ୍ୱର: ଟିଟୋର ୧୦ହଜାର କୋଟି ଟଙ୍କାର ଅପରାଧିକ ସାମ୍ରାଜ୍ୟ ପଛରେ ବିଜେଡି ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ଟିଟୋଙ୍କୁ ପେଟ୍ରୋଲ ଟାଙ୍କି ଆବଣ୍ଟନ ମାମଲାରେ ସିବିଆଇ ତଦନ୍ତ ନିର୍ଦେଶକୁ ବିଜେଡି ତରଫରୁ କଡା ସମାଲୋଚନା କରାଯିବା ପରେ ସିବିଆଇ ତଦନ୍ତକୁ ସ୍ୱାଗତ କରିବା ପରିବର୍ତ୍ତେ କାହିଁକି ବିରୋଧ କରାଯାଉଛି ବୁଝା ପଡୁନାହିଁ। ସିବିଆଇ ତଦନ୍ତ ନିର୍ଦେଶ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସତ୍ୟକୁ ସାମନାକୁ ଆଣିବାକୁ ଚେଷ୍ଟା କରିଥିବା ବେଳେ ବିଜେଡି ବ୍ୟତିବ୍ୟବସ୍ତ ହୋଇପଡିଛି। ସାଂସଦ ପ୍ରତାପ ଦେବ ତଥା କେନ୍ଦ୍ରାପଡାର ଦୁଇ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ କିଶୋର ତରାଇଙ୍କ ନାଁ ନେଇ ନଦୀଘାଟ, ବାଲି, ମୋରମ ଉପରେ ଏକଚାଟିଆ ଅଧିକାର ଅପରାଧିକ ପୃଷ୍ଠଭୂମିର ଟିଟୋକୁ ଦେବାରେ କିପରି ଭୂମିକା ନିଅନ୍ତି ତାହା ରାଜ୍ୟବାସୀଙ୍କୁ ଅଛପା ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।
ସେ କହିଛନ୍ତି ଯେ ଟିଟୋଙ୍କ ଅପରାଧିକ ସାମ୍ରାଜ୍ୟ ପଛରେ ଟେଣ୍ଟର ଫିକ୍ସିଂ ମୁଖ୍ୟ ସହାୟକ ଓ ଏହି ସହାୟତା ଶାସକ ଦଳର ଟାଣୁଆ ନେତା, ମନ୍ତ୍ରୀ ତଥା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ସହାୟତା ଯୋଗାଇଛନ୍ତ। ତଦନ୍ତ ପ୍ରକ୍ରିୟାରୁ କ୍ରାଇମବ୍ରାଞ୍ଚକୁ ବାଦ୍‍ ଦେଇ ଭିଜିଲାନ୍ସକୁ ଦେବାକୁ ରାଜ୍ୟ ସରକାର ଷଡଯନ୍ତ୍ର କରୁଛି। ଏହାର ମୁଖ୍ୟ କାରଣ ହେଉଛି ଟିଟୋର ଅପରାଧିକ ପୃଷ୍ଠଭୂମିକୁ ଘଣ୍ଟ ଘୋଡାଇ କେବଳ ତଳିଆ ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦିବା ବୋଲି ସେ କହିଛନ୍ତି।

error: Thank You Keep Visiting