ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ:ପରିବହନ ବାଧାପ୍ରାପ୍ତ

Straight to the Point

ଭୁବନେଶ୍ୱର: ଟୋଲ୍ ଗେଟ୍ ଉଚ୍ଛେଦ, ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ଏବଂ ଥାର୍ଡ ପାଟି ଇନସୁରାନ୍ସକୁ ବନ୍ଦ କରିବା ଭଳି ବିଭିନ୍ନ ଦାବିରେ ଶୁକ୍ରବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦେଶବ୍ୟାପୀ ଟ୍ରକ୍ ଧର୍ମଘଟ ଆରମ୍ଭ ହୋଇଛି । ଅଖିଳ ଭାରତ ମୋଟର ପରିବହନ ସଂଘ ପକ୍ଷରୁ ଦିଆଯାଇଥିବା ଏହି ଧର୍ମଘଟ ଡାକରାକୁ ଓଡ଼ିଶା ଟ୍ରକ୍ ମାଲିକ ମହାସଂଘ ସମର୍ଥନ ଜଣାଇଛି । ଶୁକ୍ରବାର ସକାଳ ୬ଟାରୁ ଧର୍ମଘଟ ଆରେମ୍ଭ ହୋଇଛି । ଭୁବନେଶ୍ୱରର ରସୁଲଗଡ , ମେଂଚଶ୍ୱର ଆଦି ଟ୍ରକ୍ ଷ୍ଟାଣ୍ଡ ମାନଙ୍କରେ ଶହ ଶହ ସଂଖ୍ୟାରେ ଟ୍ରକ୍ ଅଟକି ରହିଛି । ଏହାଦ୍ୱାରା ମାଲ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଅପରପକ୍ଷରେ ଟ୍ରକ୍ ଧର୍ମଘଟ ସମ୍ପର୍କରେ ରାଜ୍ୟ ପରିବହନ ମନ୍ତ୍ରୀ ଡା. ନୃସିଂହ ରଣ ସାହୁ କହିଛନ୍ତି ଯେ ସଂଘ ଗୁଡିକର ଦାବି ଉପରେ କେନ୍ଦ୍ର ସରକାର ଯାହା ନିଷ୍ପତି ନେବେ । ସେଥିରେ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନାହିଁ ।

error: Thank You Keep Visiting