ସୁରେଶ ପ୍ରଭୂଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Straight to the Point

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଦେଶ ଭିତରେ ଓ ବିଦେଶରେ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ହଠାତ୍ ବନ୍ଦ କରିଦିଆଯିବା ଫଳରେ ରାଜ୍ୟ ପର୍ଯ୍ୟଟନ ପ୍ରଭାବିତ ହୋଇଛି । ଏହା ବ୍ୟତୀତ ଆଇଟି ଇଣ୍ଡଷ୍ଟ୍ରୀ ମଧ୍ୟ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିକୁ ବିଚାରକୁ ନେଇ ପୁନର୍ବାର ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଏୟାର ଇଣ୍ଡିଆ ପରିଚାଳନା କର୍ତୃପକ୍ଷଙ୍କ ଆଲୋଚନା କରି ନିଷ୍ପତି ନେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବାଣିଜ୍ୟ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୂଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱର ବିମାନବନ୍ଦରରୁ ଭୁବନେଶ୍ୱର-ବାଙ୍ଗାଲୋର ଓ ଭୁବନେଶ୍ୱର- ବ୍ୟାଙ୍କକଂ କୁ ଏୟାର ଇଣ୍ଡିଆର ବିମାନ ଚଳାଚଳ କରୁଥିଲା । ୨୦୧୭ ଡିସେମ୍ବର ୧୦ରେ ଭୁବନେଶ୍ୱର -ବ୍ୟାଙ୍କକଂ ବିମାନର ଶୁଭାରମ୍ଭ ହୋଇଥିଲା । ଆଶା କରାଯାଉଥିଲ ଯେ ଏୟାର ଇଣ୍ଡିଆ ଅନ୍ୟ ଦେଶ ଯଥା ସିଙ୍ଗାପୁର , ଇଣ୍ଡୋନେସିଆ ଓ ଶ୍ରୀଲଙ୍କାକୁ ବିମାନ ସେବା ଆରମ୍ଭ କରିବ । ମାତ୍ର ସେ ଆଶା ମଉଳି ଗଲା । ଭୁବନେଶ୍ୱର- ବାଙ୍ଗାଲୋର ଓ ଭୁବନେଶ୍ୱର-ବ୍ୟାଙ୍କକଂ ମଧ୍ୟରେ କିପରି ପୁଣି ଥରେ ବିମାନ ଚଳାଚଳ ଆରମ୍ଭ ହେବ ସେଥିନେଇ କେନ୍ଦ୍ର ସରକାର ଏୟାର ଇଣ୍ଡିଆ ଉପରେ ଚାପ ପକାଇବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

error: Thank You Keep Visiting