ଜଗା କାଳିଆଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଲାଗିବ ସମୟ

Straight to the Point

ଭୁବନେଶ୍ୱର: ଦିଲ୍ଲୀ ଏମସ୍ ଠାରେ ଚିକିତ୍ସାଧୀନ ଥିବା ଜଗା କାଳିଆ ଏବେ ଡିସଚାର୍ଜ ହେବେ ନାହିଁ । ଉଭୟଙ୍କ ମଧ୍ୟରୁ ଜଗାର ସ୍ୱାସ୍ଥ୍ୟବସ୍ଥା ଠିକ୍ ରହିଥିବା ବେଳେ କାଳିଆକୁ ସୁସ୍ଥ ହେବା ପାଇଁ ଆଉ କିଛି ଦିନ ଲାଗିବ । କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଏମସ୍ ରେ ରଖିବାପାଇଁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଶୁକ୍ରବାର ଦିନ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଏକ ୫ ଜଣିଆ ଡାକ୍ତରୀ ଟିମ୍ ସହ ଦିଲ୍ଲୀ ଗସ୍ତ କରି ଏମସ୍ ଠାରେ ଚିକିତ୍ସାଧୀନ ଥିବା ଜଗା କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
ଉଭୟଙ୍କୁ ଚିକିତ୍ସା କରୁଥିବା ବରିଷ୍ଠ ଡାକ୍ତର ମାନଙ୍କ ସହିତ ମନ୍ତ୍ରୀ ଓ ଡାକ୍ତରୀ ଦଳ ଆଲୋଚନା କରିଥିଲେ । କାଳିଆର ସ୍ୱାସ୍ଥ୍ୟଅବସ୍ଥାରେ ଉନ୍ନତି ଆସିବା ପାଇଁ ଆହୁରି କିଛି ସମୟ ଲାଗିବ ବୋଲି ଏମସ୍ ର ଡାକ୍ତର ଦୀପକ ଗୁପ୍ତା କହିଥିଲେ । ତେଣୁ ଉଭୟ ସମୁର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଏମସ୍ ରେ ରଖି ଚିକିତ୍ସା କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଥିଲେ । ଓଡିଶାରୁ ଆସିଥିବା ୫ ଜଣିଆ ବିଶେଷଜ୍ଞ ଡାକ୍ତରୀ ଦଳ ଅବସ୍ଥା ଅନୁଧ୍ୟାନ କରି ମତାମତ ଦେବା ପରେ ରାଜ୍ୟସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ।
ଏହି ଆଲୋଚନା କାଳରେ ଜାତୀୟ ସ୍ୱାସ୍ଥ୍ୟମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ , ଡା ଏସଏସ୍ କାଲେ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting