୨୪ ରେ ପ୍ରଥମ ବନ୍ୟା ଜଳ ଛାଡିବ ହୀରାକୁଦ

Straight to the Point

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଜଳ ସ୍ତର ମଧ୍ୟ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ଆସନ୍ତା ୨୪ ତାରିଖରେ ହୀରାକୁଦ ଡ୍ୟାମର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯିବ । ଏଥିପାଇଁ ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି । ଉକ୍ତ ଦିନ ପୂର୍ବାହ୍ନ ୧୧ ଟାସମୟରେ ୨ ସ୍ଲୁଇସ ଗେଟ ଖୋଲାଯିବା ନେଇ ନିଷ୍ପତି ହୋଇଛି । ପ୍ରଥମେ ୭ ନମ୍ବର ଗେଟ ଖୋଲାଯିବ । ପାରମ୍ପରିକ ପୂଜାର୍ଚ୍ଚନା ପରେ ସ୍ଲୁଇସ ଗେଟ ଖୋଲାଯିବ ବୋଲି ହୀରାକୁଦ ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ହୀରାକୁଦ ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ୍ ଥିବାବେଳେ ଜୁଲାଇ ୧୯ରେ ଡ୍ୟାମର ଜଳସ୍ତର ୬୦୭.୨୫ ଫୁଟ୍ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ଲକ୍ଷ ୧୭ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ୧୫,୫୪୦ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

error: Thank You Keep Visiting