ବୁଧବାରଠାରୁ +୨ ବଳକା ସିଟ୍ ପାଇଁ ଆବେଦନ

Straight to the Point

ଭୁବନେଶ୍ୱର : ୨୦୧୮-୧୯ ଶିକ୍ଷା ବର୍ଷ ଲାଗି ୨୦୦୧ଟି ଜୁନିୟର କଲେଜରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା ଶେଷ ହୋଇଛି । ଦୁଇ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍ ପାଇଁ ସ୍ପଟ ନାମଲେଖା ହୋଇଥିଲା। ତଥାପି ବିଭିନ୍ନ ଜୁନିୟର କଲେଜରେ ସିଟ୍ ଖାଲି ପଡ଼ିବାରୁ ଦ୍ୱିତୀୟ ପର୍ଯ୍ୟାୟ ସ୍ପଟ୍ ନାମଲେଖା ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ ପୁଣି ଆରମ୍ଭ ହେବ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ଯେଉଁ ଛାତ୍ରଛାତ୍ରୀ ୨୦୧୮ଇନଷ୍ଟାଣ୍ଟ ପରୀକ୍ଷାରେ ପାସ୍ କରିଛନ୍ତି ଏବଂ ପୂର୍ବରୁ ନାମଲେଖା ଲାଗି ଆବେଦନ କରି ନଥିବେ ସେମାନେ ଏହି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇ ପାରିବେ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୭ତାରିଖ ପର୍ଯ୍ୟନ୍ତ ଚାଲିବ। ଅଗଷ୍ଟ ୧୦ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ପରେ ୧୧ରୁ୧୪ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ।
ରାଜ୍ୟରେ ୨୦୦୧ ଜୁନିୟର କଲେଜରେ ୪,୭୮,୦୪୭ଟି ସିଟ୍ ରହିଛି । ଚଳିତବର୍ଷ ୪,୨୪,୩୨୭ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିରୁ ୧୫୯୬ଟି ଜେନେରାଲ କଲେଜ ଲାଗି ମୋଟ୍ ୩ଲକ୍ଷ୯୮ହଜାର ୧୫୭ଜଣ ଆବେଦନ କରିଥିବା ବେଳେ ଧନ୍ଦାମୂଳକ ଶିକ୍ଷାଲାଗି ୧୨ହଜାର ୧୦୪ଜଣ ଓ ସଂସ୍କୃତ କଲେଜ ଲାଗି ୧୪ହଜାର ୬୬ଜଣ ଆବେଦନ କରିଥିଲେ। ଗତବର୍ଷ ତୁଳନାରେ ଚଳିତବର୍ଷ ଅବେଦନକାରୀଙ୍କ ସଂଖ୍ୟାକମ୍ ରହିଛି।

error: Thank You Keep Visiting