ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା

Straight to the Point

[amazon_link asins=’B00KKL8XU8,B06WRWM53C,B07D9G4PMX,B01FI00P60,B01M0GLQ4L,B00O52UQDA,B00KVYEOE8,B07B3W83ZY,B01ETSOX6U’ template=’ProductCarousel’ store=’odishajournal-21′ marketplace=’IN’ link_id=’cb2f32ec-94cb-11e8-a17b-6300818e82d6′]

ରାଜନଗର : ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ଅର୍ଥାତ ବୁଧବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ଏପ୍ରିଲ ପହିଲାରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏହି ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଏଠାରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବଗଗହଣରେ ପକ୍ଷୀଙ୍କ କଳରବ, ନଦୀ କୂଳରେ ବଉଳା କୁମ୍ଭୀର ଶୋଇଥିବାର ଦୃଶ୍ୟ ଓ ବିଶେଷକରି ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।

error: Thank You Keep Visiting