ଭୁବନେଶ୍ୱରୀ କୋଇଲା ଖଣିର ସହ ପ୍ରବନ୍ଧକଙ୍କ କାର୍ଯ୍ୟରତ କର୍ମଚାରୀଙ୍କୁ ଅଶ୍ଲୀଳ ଭାଷା ପ୍ରୟୋଗ

Straight to the Point

ତାଳଚେର: ତାଳଚେର ଠାରେ ଏମ୍ସିଏଲ୍ର ଭୁବନେଶ୍ୱରୀ କୋଇଲା ଖଣିର ସହ ପ୍ରବନ୍ଧକ ପଙ୍କଜ କୁମାର ପ୍ରଧାନ । ଗତ ତା ୨୪/୦୭/୧୮ ରିଖ ଦିନ ରାତି ୯.୫୦ ମିନିଟ୍ରେ ପ୍ରେମାନନ୍ଦ ମହାନ୍ତି, ସିନିୟର ଓଭରମ୍ୟାନ କହିଲେ ସାର୍ ସମୟ ହୋଇ ଗଲାଣି ଯିବା । ତାପରେ ପ୍ରଧାନ କହିଲେ ଡିପିଆର୍ ତୁମେ ଲେଖିବ । ପ୍ରେମାନନ୍ଦ ମହାନ୍ତି କହିଲେ ସାର୍ କିରାଣୀ ଲେଖିବେ । ତା’ପରେ ପଙ୍କଜ କୁମାର ପ୍ରଧାନ ରାଗି ଯାଇ ଅଶ୍ଲୀଳ ଭାଷାରେ ଗାଳି ଦେବା ସହିତ କହିଥିଲେ ମୋର ଘର ନଦୀ ଏପଟେ ହୋଇଥିଲେ ତୋତେ ଦେଖି ନେଇ ଥାଆନ୍ତି । ଏ ଦୃଶ୍ୟର ପ୍ରତ୍ୟକ୍ଷ ସାକ୍ଷୀ କୋଇଲା ଖଣି ରେ କାର୍ଯ୍ୟରତ ମନୋଜ ସାହୁ, ଯୁଧିଷ୍ଠିର ସାହୁ, ଅଜନ ଜେନା, ଅମୀତ ପଣ୍ଡା, ସରୋଜ ବେହେରା, ସି ରାଜେସ ରାଓ, ମାନେଶ୍ୱର ସାହୁ । ପ୍ରେମାନନ୍ଦ ମହାନ୍ତି କୋଲିୟରୀ ଖଣି ପ୍ରବନ୍ଧକଙ୍କୁ ଲିଖିତ ଆକାରରେ ଏହା ଜଣାଇଛନ୍ତି । ଏହାକୁ ଇନମୋସାର ରାଜ୍ୟ ସଂଯୋଜକ ଅବନୀକାନ୍ତ ସାହୁ ପତ୍ର ମାଧ୍ୟମରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ପ୍ରକଳ୍ପ ଅଧିକାରୀଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି ।

[amazon_link asins=’B00R3J53MG,B079H8D8CW,B01BGJ07GK,B009TOZZ3A,B007UPKJ5O,B00SUTAE6S,B07CK1D7R6,B007UPKJAO,B00NXXN10M’ template=’ProductCarousel’ store=’odishajournal-21′ marketplace=’IN’ link_id=’a03d31dd-9599-11e8-bc61-93972fa7e694′]

error: Thank You Keep Visiting