ବିଜେଡି ଠିକାଦାରଙ୍କୁ ଅନୁକମ୍ପା ଦେଖାଇ କୋଟି କୋଟି ଟଙ୍କା ହଡପ କରିଛି:ବିଜେପି
ଭୁବନେଶ୍ୱର: ସଂପର୍କର ସେତୁ କୁହାଯାଉଥିବା ଗୁରୁପ୍ରିୟା ସେତୁ ନିର୍ମାଣରେ ଦୁର୍ନୀତି ଗନ୍ଧ ବେଶ ବାରି ହୋଇପଡୁଛି । ଓପିଡବ୍ଲୁଡି ନିୟମରୁ ବିଚ୍ୟୁତ ହୋଇ ଏହି ସେତୁ ନିର୍ମାଣ କରାଯିବା ଏବଂ ଏହି ସେତୁ ନିର୍ମାଣକୁ ନେଇ କୋଟି କୋଟି ଟଙ୍କା ହଡପ ହୋଇଥିବା ଘଟଣା ଏବେ ସାମ୍ନକୁ ଆସିଛି । ସିଏଜି ଏନେଇ ଆପତି ଉଠାଇବା ଏବଂ ନିୟମ ବାହାରେ ଠିକାଦାରଙ୍କୁ ଅନୁକଂପା ଦେଖାଇବା ଶାସକ ଦଳର ମୁଖା ଖୋଲିଦେଇଛି ବୋଲି ଏକ ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଗୁରୁପ୍ରିୟା ସେତୁରେ ୭୩.୯୧ କୋଟି ଟଙ୍କାର ଦୁର୍ନୀତି ହୋଇଛି । ସେତୁ ନିର୍ମାଣ ପାଇଁ ପ୍ରଥମେ ୨୦୦୬ରେ ଗ୍ୟାମନ ଇଣ୍ଡିଆକୁ ରାଜ୍ୟସରକାର ୪୭ କୋଟି ୪୧ଲକ୍ଷ ୯୫ ହଜାର ଟଙ୍କାର କାର୍ଯ୍ୟାଦେଶ ଦେଇଥିଲେ । କିନ୍ତୁ ଏତିକି ଅର୍ଥରେ କାର୍ଯ୍ୟ ହୋଇନପାରିବା କଥା କହି ଗ୍ୟାମନ ଇଣ୍ଡିଆ ୯୦.୫୦୩ କୋଟି ଦାବି କରିଥିଲା । ଫେବୃଆରୀ ୨ , ୨୦୧୦ ମସିହରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରି ଗ୍ୟାମନକୁ କାର୍ଯ୍ୟରୁ ଅନ୍ତର କଲେ ଏବଂ ଟେଣ୍ଡର ନିୟମ ଅନୁଯାୟୀ କ୍ଷତିପୂରଣ ବ୍ୟବସ୍ଥା ଥିବାବେଳେ କମିଟି ନିଷ୍ପତି ଅନୁଯାୟୀ ବିନା କ୍ଷତିପୂରଣରେ କାର୍ଯ୍ୟ ବନ୍ଦ ନିଷ୍ପତି ସରକାର ନେଲେ । ପରବର୍ତୀ ସମୟରେ ସିଏଜି ଏହା ଉପରେ ଆପତି କରି ଗ୍ୟାମନକୁ ଦିଆଯାଇଥିବା ୯,୬୯,୪୮୮ କୋଟି ଟଙ୍କା କାହିଁକି ଦିଆଗଲା ଯିଏ କେବଳ ମାଟି କାମ ପରୀକ୍ଷା କରିଥିଲା । କିନ୍ତୁ ଏହାର ସନ୍ତୋଷ ଜନକ ଉତର ସରକାର ଦେଇନଥିଲେ । ଯେଉଁଠି ୯୦ କୋଟିକୁ ନାହିଁ ସେଠି ୧୮୭ କୋଟି ଟଙ୍କା କିପରି ରୟାଲ ଇନଫ୍ରାକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ଦେଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।
କେବଳ ମାଟି ପରୀକ୍ଷା କାମ ପାଇଁ ୯ କୋଟିରୁ ଉଦ୍ଧ୍ୱର୍ ଅର୍ଥ ପ୍ରଦାନ କରାଯିବା ଦୁର୍ନୀତିର ଆଉ ଏକ ନମୂନା । ସେହିପରି ଓପିଡବ୍ଲୁ ଆଇନ ଉଲଂଘନ କରି ପେଟ୍ରୋଲ, ଡିଜେଲ, ଡଙ୍ଗା ଭଡା ଦେଖାଇ ୨୪ କୋଟି ଟଙ୍କା ଆତ୍ମସାତ୍ କରାଯାଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ସମାନ ବ୍ରିଜ ମହାନଦୀ ଉପରେ କଟକକୁ ନୂଆପାଟଣା ଠାରେ ହୋଇଥିବା ବେଳେ ସେଠାରେ କୌଣସି ଏଭଳି ଖର୍ଚ୍ଚ ହୋଇନଥିବା ସିଏଜି କହିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି , ଶାସକ ଦଳର ନେତା, ପୂର୍ତ ବିଭାଗ ଏବଂ ଠିକାଦାରଙ୍କ ମିଲ୍ଭଗତରେ କୋଟି କୋଟି ଟଙ୍କାକୁୁ ହଡପ କରାଯାଇଛି ।
ଅନ୍ୟପଟେ ଏହି ସେତୁ ନିର୍ମାଣ କାର୍ଯ୍ୟରେ ଠିକାଦାର ୭.୫ % ଲାଭନେବାର ବ୍ୟବସ୍ଥା ଥିବାବେଳେ ୧୦% ଲାଭ ନେଇଥିବା ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି ଓଭରହେଡ୍ ଚାର୍ଜ ବାବଦକୁ ୭.୫% ଅର୍ଥ ଧାର୍ଯ୍ୟ ଥିବାବେଳେ ୨୫% ନେଇଥିବା ଏବଂ ସର୍ବମୋଟ ୭୩.୯୧ କୋଟି ଟଙ୍କା ଲାଭ ଠିକାଦାରଙ୍କୁ ଦିଆଯାଇଥିବା ସିଏଜି ଦର୍ଶାଇଛନ୍ତି । ଗୋଟିଏ ମିଟର ବ୍ରିଜ ପାଇଁ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଖର୍ଚ ହେବା ଘଟଣା ରାଜ୍ୟସରକାରଙ୍କ ଦୁର୍ନୀତିର ଆଉ ଏକ ଉଦାହରଣ । ରାଜ୍ୟସରକାର କେବଳ ମାଓବାଦୀଙ୍କ ନାଁ ନେଇ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ କରି କୋଟି କୋଟି ଟଙ୍କା ଘୋଟାଲା କରି ନିଜର ଦଳୀୟ ପାଣ୍ଠି ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଉପସ୍ଥିତ ଥିଲେ ।
[amazon_link asins=’B00R3J53MG,B01BGJ07GK,B07CK1D7R6,B00NXXN10M,B007UPKJAO,B009TOZZ3A,B007UPKJ5O,B00SUTAE6S,B007E9EJKW’ template=’ProductCarousel’ store=’odishajournal-21′ marketplace=’IN’ link_id=’8ca204f9-95a9-11e8-ba7e-654ecae9cfb6′]