ସର୍ଦ୍ଦାର ରାଜାସିଂହ ମେଡିକାଲ କଲେଜ ମୁଖ୍ୟ ଗିରଫ

Straight to the Point

ଭୁବନେଶ୍ୱର: କଳାହାଣ୍ଡି ସର୍ଦ୍ଦାର ରାଜାସିଂହ ମେଡିକାଲ କଲେଜ ମୁଖ୍ୟ ଏ. ଜନସେଲ ରାଜାଙ୍କୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ) ଗିରଫ କରିଛି । ତାମିଲନାଡୁର ନଗରକୋଏଲ ଅଂଚଳରୁ ଇଓଡବ୍ଲୁ ତାଙ୍କୁ ଗିରଫ କରି ଟ୍ରାଂଜିଟ୍ ରିମାଣ୍ଡରେ ଓଡିଶା ଆଣୁଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୦୧୩ ଓ ୨୦୧୪-୧୫ ଶିକ୍ଷାବର୍ଷରେ ମେଡିକାଲ କଲେଜରେ ଏମବିବିଏସ୍ ପାଠ୍ୟକ୍ରମ ଲାଗି ଏମସିଅଇର ଅନୁମତି ପାଇଥିଲା । ତେବେ କଲେଜରେ କୌଣସି ଭିତିଭୂମି ନଥିବା କଥାକୁ ଲୁ·ଇଥିଲେ କର୍ତୃପକ୍ଷ । ଏପରିକି ମିଥ୍ୟା କାଗଜପତ୍ର ଓ ତଥ୍ୟ ଦେଇ ଜନସେଲ୍ ଏମସିଆଇ କର୍ତୃପକ୍ଷଙ୍କୁ ଅନ୍ଧାରରେ ରଖିଥିଲେ । ଫଳରେ ତୃତୀୟ ବର୍ଷ ପାଠ୍ୟକ୍ରମ ପାଇଁ ଏମସିଆଇ ପକ୍ଷରୁ କଲେଜକୁ ଅନୁମତି ମିଳିନଥିଲା । ଅନ୍ୟପକ୍ଷରେ ତୃତୀୟ ବର୍ଷ ପାଇଁ ଅନୁମତି ମିଳିବ ନାହିଁ ବୋଲି ଜାଣିବା ପାଇଁ ମଧ୍ୟ ଜନସେଲ୍ ପିଲାଙ୍କଠାରୁ କ୍ୟାପିଟେସନ୍ ଫି ଓ କସନ ମନି ବାବଦକୁ ବିପୁଳ ପରିମାଣର ଅର୍ଥ ଅ ।ଦାୟ କରିଥିଲେ । ପରେ ସେ କଲେଜ ବନ୍ଦ କରିଦେବା ସହ ଅର୍ଥକୁ ମଧ୍ୟ ତୋଷରପାତ କରିଥିବା ଅଭିଯୋଗ ହୋଇଥିଲାୟ । ଏହାପରେ ୧୨୪ ଡାକ୍ତରୀ ଛାତ୍ରଛାତ୍ରୀ ଭାଗ୍ୟ ଅନ୍ଧକାର ଭିତରକୁ ଠେଲି ହୋଇଯାଇଥିଲା ।

[amazon_link asins=’B002VPE1QG,9351472019,B07B8KLM3H,B01NAEWV4E,B00N23YNA0,8121924502,9351473651,9332542600,B00MHKGRJE’ template=’ProductCarousel’ store=’odishajournal-21′ marketplace=’IN’ link_id=’2b05a706-973d-11e8-bf14-5dae404e1649′]

One thought on “ସର୍ଦ୍ଦାର ରାଜାସିଂହ ମେଡିକାଲ କଲେଜ ମୁଖ୍ୟ ଗିରଫ

  • September 25, 2018 at 2:27 pm
    Permalink

    Ehi mahasaya talcher re 2000 masiha re NV namare sansta kholi lokanka paisa double Kariba Kahi koti koti tanka nei palleithila

Comments are closed.

error: Thank You Keep Visiting