ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଚାଷୀ,କ୍ଷତିପୂରଣ ଯୋଗାଇବାକୁ ଦାବି

An Independent Media

ବଇଣ୍ଡା: ଅନୁଗୋଳ ଜିଲ୍ଲା ହଣ୍ଡପା ରେଞ୍ଜ ପ୍ରତାପପୁର ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି । ନିକଟସ୍ଥ ଜଙ୍ଗଲରୁ ହାତୀ ଗୁଡିକ ପଳାଇ ଆସି ବିଭିନ୍ନ ଚାଷ ନଷ୍ଟ କରିବା ସହ ଘର ଭାଙ୍ଗି ତାଣ୍ଡବ ଚଳାଇଛନ୍ତି । ବାରମ୍ବାର ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଚିନ୍ତିତ ହୋଇ ପଡିଥିବା ବେଳେ ଭାଜପା ପକ୍ଷରୁ ଏକ ପ୍ରତିନିଧି ଦଳ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ କ୍ଷତିଗ୍ରସ୍ଥଙ୍କୁ କ୍ଷତିପୂରଣ ଯୋଗାଇଦେବା ପାଇଁ ସେମାନେ ହଣ୍ଡପା ରେଞ୍ଜରଙ୍କ ନିକଟରେ ଦାବି କରିଛନ୍ତି । ଘଟଣାରୁ ଜଣାପଡିଛି, ଗ୍ରାମର ପ୍ରଦୀପ ସାହୁ, ବେଦ ପ୍ରଧାନ, ବାନାମ୍ବର ପ୍ରଧାନଙ୍କ ସମେତ ୧୦ ରୁ ଉଦ୍ଧ୍ୱର୍ ଚାଷୀଙ୍କ ପରିବା ଚାଷରେ ହାତୀ ପଶିତ କାକୁଡି, କଦଳୀ, ପୋଟଳ, ଝୁଡଙ୍ଗ ଆଦି ପରିବା ଚାଷ ଗୁଡିକ ନଷ୍ଟ କରି ଦେଇଛନ୍ତି । ସେହିପରି ଦେବାଲ ପ୍ରଧାନଙ୍କ ଘରକୁ ରାତିରେ ଭାଙ୍ଗି ଦେଇଛନ୍ତି । ଏକ ସପ୍ତାହ ହେବ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବନ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନାହିଁ । ଉକ୍ତ ଅଞ୍ଚଳଟି ଜିଲ୍ଲାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ଅନେକ ଚାଷୀ ବ୍ୟାଙ୍କରୁ ଋଣ ଆଣି ଚାଷ କାର୍ଯ୍ୟ କରୁଛନ୍ତି । ଭାଜପା ପକ୍ଷରୁ ଏକ ପ୍ରତିନିଧି ଦଳ ରାଜ୍ୟ କୃଷକ ମୋର୍ଚ୍ଚାର ସଦସ୍ୟ ଦେବାଶିଷ ହୋତା, ଭାଜପା ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ, ସାଧାରଣ ଜିଲ୍ଲା ସମ୍ପାଦକ ଜଗନ୍ନାଥ ଗଡନାୟକ, ବଇଣ୍ଡା ମଣ୍ଡଳର କୃଷକ ମୋର୍ଚ୍ଚାର ସଭାପତି ମାୟାଧର ସାହୁ, ସାଧାରଣ ସମ୍ପାଦକ ଧ୍ରୁବଚରଣ ସାହୁ, ଯୋଗେନ୍ଦ୍ର ପ୍ରଧାନ, ଯଶୋବନ୍ତ ସାହୁ, କେଶବ ଚନ୍ଦ୍ର ମହାନ୍ତି ପ୍ରମୁଖ ପରିଦର୍ଶନରେ ଯାଇଥିଲେ ।

error: Thank You Keep Visiting