କର୍ମଜୀବୀମାନଙ୍କ ସର୍ବନିମ୍ନ ମଜୁର ବଢ଼ିବ

Straight to the Point

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ/କର୍ମଚାରୀମାନଙ୍କ ସର୍ବନିମ୍ନ ମଜୁରୀ ହାରରେ ବୃଦ୍ଧି ସକାଶେ ପ୍ରସ୍ତାବ ଆଣି ଗତ ୩.୮.୨୦୧୮ରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସର୍ବନିମ୍ନ ମଜୁରୀ ବୋର୍ଡ଼ଙ୍କ ମଜୁରୀ ବୃଦ୍ଧି ସକାଶେ ଅନୁମୋଦନ କ୍ରମେ ସରକାର ଅଣକୁଶଳୀ ଶ୍ରମିକମାନଙ୍କ ପାଇଁ ଦୈନିକ ୨୦୦ ଟଙ୍କାରୁ ୪୦ ପ୍ରତିଶତ ବୃଦ୍ଧିକରି ୨୮୦ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ପାଇଁ ୨୨୦ ଟଙ୍କାରୁ ୪୫ ପ୍ରତିଶତ ବୃଦ୍ଧିକରି ୩୨୦ ଟଙ୍କା କୁଶଳୀ ଶ୍ରମିକମାନଙ୍କ ପାଇଁ ୫୪ ପ୍ରତିଶତ ବୃଦ୍ଧିକରି ୨୪୦ ଟଙ୍କାରୁ ୩୭୦ ଟଙ୍କା ଓ ଅତିକୁଶଳୀ ଶ୍ରମିକମାନଙ୍କ ପାଇଁ ୬୫ ପ୍ରତିଶତ ବୃଦ୍ଧିକରି ୨୬୦ ଟଙ୍କାରୁ ୪୩୦ ଟଙ୍କା କରି ଏହାକୁ ଲାଗୁ କରିବା ନିମନ୍ତେ ସର୍ବସାଧାରଣଙ୍କ ଠାରୁ ଦୁଇମାସ ଭିତରେ ଆପତି ଓ ପ୍ରସ୍ତାବ ଆହ୍ୱାନ କରି ଏହି ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏହାଫଳରେ ରାଜ୍ୟର ପ୍ରାୟ ଦୁଇକୋଟି ଶ୍ରମଜୀବି କର୍ମଚାରୀ ଉପକୃତ ହେବା ସହିତ ଏହା ଶ୍ରମିକମାନଙ୍କ ଆର୍ôଥକ ମାନଦଣ୍ଡକୁ ବୃଦ୍ଧି କରିବ ଏବଂ ଆନ୍ତଃରାଜ୍ୟ ପ୍ରବାସନ ରୋକିବା ଦିଗରେ ସହାୟକ ହେବ । ଏହାସହିତ ପ୍ରତି ଛଅମାସରେ ଥରେ ମହଙ୍ଗା ଭତା ପ୍ରଦାନ ତଥା କ୍ଷୁଦ୍ର ବନ୍ଦରକୁ ଏ ଅନୁସୂଚୀତ ନିଯୁକ୍ତିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି ।

error: Thank You Keep Visiting