ଚୋରା ଗୋରୁ ବୁଝେଇ ଟ୍ରକ ଦୂର୍ଘଟଣା ଗ୍ରସ୍ତ,୭୦ରୁ ଉଦ୍ଧ୍ୱର୍ ଗୋରୁ ଉଦ୍ଧାର

Straight to the Point

ଜଳେଶ୍ୱର: ସରକାର ବେନିୟମ ଗୋଚାଲାଣ ବନ୍ଦ କରିବା ପାଇଁ ନୀୟମ କାନୁନ କରିଥିଲେ ମଧ୍ୟ ଏହାର ପାଳନ ଖୁଦ୍ ସରକାରୀ ପ୍ରଶାସନ କରୁ ନ ଥିବାର ଦେଖାଯାଉଛି । ଉଦାହରଣ ହେଉଛି ପ୍ରତ୍ୟେକ ଦିନ ବହୁ ଗୋରୁ ବୋଝେଇ ଟ୍ରକ ଜାତୀୟ ରାଜପଥ ଉପରେ ଦୂର୍ଘଟଣା ଗ୍ରସ୍ତ ହେବା ବା ଜସାଧାରଣଙ୍କ ଦ୍ୱାରା ଧରାପଡିବା ପରେ ଜଣାପଡୁଛି । ୬ ତାରିଖ ସୋମବାର ଦିନ ୬୦ନଂ ଜାତୀୟ ରାଜପଥ ଉପର ଦେଇ ବେନିୟମ ଭାବରେ ଯାଉଥିବା ଏକ ଗୋରୁ ବୋଝେଇ ଟ୍ରକ ଯାହାର ନଂ ଓଆର୍୦-୯ଏନ୍-୦୬୪୭ ଅଟେ ଜଳେଶ୍ୱର ନିକଟସ୍ଥ ରାୟାଁରାମଚନ୍ଦ୍ରପୁର ବାୟପାଶ ରାସ୍ତା ନିକଟରେ ଦୂର୍ଘଟଣା ଗ୍ରସ୍ଥ ହୋଇଯିବା ପରେ ଜନସାଧାରଣଙ୍କ ଦ୍ୱାରା ଧରା ପଡିଛି । ଗାଡିଟି ବାଲେଶ୍ୱର ପଟରୁ ପଶ୍ଚିମବଙ୍ଗକୁ ଯାଉଥିବା ବେଳେ ଅନ୍ୟ ଏକ ଗାଡିକୁ ଅତିକ୍ରମ କରିବା ସମୟରେ ଭାରସ୍ୟାମ ହରାଇ ରାସ୍ତା କଡ ମାଟିରେ ଫଶି ଯାଇଥିଲା । ଲୋକମାନଙ୍କୁ ଦେଖି ଡ୍ରାଇଭର ଗାଡି ଛାଡିଦେଇ ଫେରାର ହୋଇଯାଇଥିଲା । ପରେ ଲୋକମାନେ ଗୋରୁ ଥିବାର ଜାଣିପାରି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ଗାଡିଟିକୁ ଥାନାକୁ ନେଇ ଆସିଥିଲା । ଏହି ଗାଡିରେ ୭୦ରୁ ଉର୍ଦ୍ଧ ଗୋରୁଗାଇଙ୍କୁ ଅତି ନିର୍ମମ ଭାବରେ ବାନ୍ଧି ନିଆ ଯାଉଥିବାର ଦେଖାଯାଇଛି । ସ୍ଥାନୀୟ ଯୁବକ ଗୋଷ୍ଠୀ ଓ କେତେକ ଗୋ ସୁରକ୍ଷା କର୍ମୀମାନେ ଏହି ଗୋରୁ ମାନଙ୍କୁ ଟ୍ରକରୁ ବାହାର କରି ସେମାନଙ୍କର ସେବା କରିଥିଲେ । ଜଳେଶ୍ୱର ପ୍ରାଣୀ ଚିକିତ୍ସକ ଏହି ଗୋରୁ ମାନଙ୍କର ସ୍ୱାସ୍ଥ୍ୟ ପରିକ୍ଷା କରିଥିବା ବେଳେ ଥାନା ପରିସରରେ ବର୍ତମାନ ପାଇଁ ରଖାଯାଇ ସେମାନଙ୍କର ଖିଆଦିଆର ବ୍ୟବସ୍ଥା କରାଯାଇଥିଲା । ପ୍ରଶାସନ ତରଫରୁ ଗୋରୁ ଗୁଡିକୁ କୈାଣସୀ ଗୋପାଳନ କେନ୍ଦ୍ର ବା ଖୁଆଡକୁ ପଠାଯିବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ଏଥିନେଇ ଜଳେଶ୍ୱର ପୋଲିସ ୨୩୯/୧୮ନଂ ମୁଳେ ଏକ ମାମଲା ରୁଜୁ କରି ଚୋରା ଗୋଚାଲାଣ କାରୀଙ୍କୁ ଧରିବାକୁ ତଦନ୍ତ ଜାରି ରଖି ଥିବାର ଜଳେଶ୍ୱର ଆଇଆଇସି ପ୍ରଦୀପ ମାଝୀ ଜଣାଇଛନ୍ତି ।

error: Thank You Keep Visiting