କଳ୍ପନା ବସ୍ ଦୁର୍ଘଟଣାଗ୍ରସ୍ତ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ, କଟକ ସ୍ଥାନାନ୍ତର ୪ ଗୁରୁତରରୁ ୧ ମୃତ

Straight to the Point

ଭଦ୍ରକ: ଗତକାଲି ରାତିରେ ଭୁବନେଶ୍ୱରରୁ ବାଲେଶ୍ୱର ଆସୁଥିବା “କଳ୍ପନା’ ନାମକ ଯାତ୍ରୀବାହୀ ଘରୋଇ ବସ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡିବା ଫଳରେ ୩୦ରୁ ଊଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରିଜଣ ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡଡାକ୍ତରଖାନକୁ ସ୍ଥାନାନ୍ତର କରାଯାଇଛି । ଯାତ୍ରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ବସ୍ ଚାଳକର ହାତ ପୂର୍ବରୁ ଆଘାତ ପ୍ରାପ୍ତ ହୋଇ ସେ ଏକ ବେଣ୍ଡେଜ୍ ବାନ୍ଧି ଗାଡି ଚାଳନା କରୁଥିଲେ । ଫଳରେ ଏକ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାପାଶ୍ୱର୍କୁ ଓଲଟି ପଡିବାରୁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବସ୍ଟି ଧାମନଗର ଛକ ନିକଟ ମଜୁରିଗଡିଆ ୪ନଂ କେନାଲ ନିକଟ ଏକ ନିଛାଟିଆ ସ୍ଥାନରେ ପଲଟିଛି । ଘଟଣା ସଂପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ୩ଟି ଦମକଳ ଗାଡି, ୬ଟି ଆମ୍ବୁଲାନ୍ସ ଯେ।।ଗେ ପୁଲିସ କର୍ମଚାରୀ ଆହତଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନା ପଠାଇବାର ବ୍ୟବସ୍ଥା ହୋଇଥିଲା । ତେବେ ସ୍ଥାନଟି ଅନ୍ଧାରିଆ ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଭଦ୍ରକ ମେଡିକାଲରେ ଡେପୁଟି କଲେକ୍ଟର ରାଜେନ୍ଦ୍ର ପଣ୍ଡା, ତହସିଲଦାର ପ୍ରଦୀପ୍ତ ସାହୁ, ସହରାଞ୍ଚଳ ଥାନାଧିକାରୀ ଦିଲ୍ଲୀପ ସାହୁ, ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ ପ୍ରମୁଖ ପହଞ୍ôଚ ଆହତଙ୍କ ଚିକିତ୍ସା କ୍ଷେତ୍ରରେ ଡାକ୍ତଙ୍କର ସହ ଆଲୋଚନା କରିଥିଲେ । ସର୍ବଶେଷ ସୂଚନାରୁ ଯାହା ଜଣାଯାଏ କଟକ ସ୍ଥାନାନ୍ତର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଭଦ୍ରକ ଜିଲାର ଧୁଷୁରୀ ଅଂଚଳର ରଶ୍ମିରେଖା ରାଉତ (୩୫) ଙ୍କ ସେଠାରେ ମୃତ୍ୟୁ ଘଟିଛି ।

error: Thank You Keep Visiting