ଅଳିଆ ଗଦାରେ ସରକାରୀ ଔଷଧ

Straight to the Point

ଭଦ୍ରକ: ଲୋକମାନେ ମାଗଣାରେ ଔଷଧ ପାଇବା ପାଇଁ ସରକାର ପ୍ରଣୟନ କଲେ ନିରାମୟ ଯୋଜନା । ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ଯ୍ୟସ୍ଥ ହୋଇଛି ଏହି ସରକାରୀ ବ୍ୟବସ୍ଥା । ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ପରିତକ୍ତ ଅଳିଆ ଗଦାରେ ପଡିଥିବା କୁଢ କୁଢ ଔଷଧ । ଅନ୍ୟ ପକ୍ଷରେ ମେଡିକାଲ କର୍ମଚାରୀ ସ୍ପଷ୍ଠ ଦିବାଲୋକରେ ମେଡିକାଲ ପରିସରରେ ରୋଗୀଙ୍କୁ ଖୋଲମ ଖୋଲା ଭାବେ ଟଙ୍କା ନେଇ ନିରାମୟ ଔଷଧ ବିକ୍ରି କରୁଛନ୍ତି । ଏନେଇ ଅଭି ଯୋଗ ହେବା ପରେ ମଧ୍ୟ କୈାଣସି ପଦକ୍ଷେପ କାହିଁକି ଗ୍ରହଣ କରାଯାଉ ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛିା । ନିରାମୟ ଯୋଜନା ମାଧ୍ୟମରେ ଔଷଧ ଯୋଗାଇ ଦେବା ବଦଳରେ ଡାକ୍ତରଖାନରେ କାର୍ଯ୍ୟରତ ଡାକ୍ତର ଖୋଲମ ଖୋଲା ରୋଗୀ ମାନଙ୍କୁ ଚିକିତ୍ସା କରିବା ପରେ ଔଷଧ ବିକ୍ରିକରୁଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହିଠାରେ ମାଗଣା ଔଷଧ ସବୁ ଅଳିଆ ଗଦାରେ ପଡୁଥିବା ବେଳେ ରୋଗୀ ମାନଙ୍କ ଠାରୁ ଅର୍ଥ ନେଇ ଔଷଧ ବିକ୍ରି କରାଯାଉଥିବା ଜଣାଯାଇଛି । ସୁଚନା ଯେ ବାରିକପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟି ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ସହିତ ଏହା ବ୍ଲକର ଏକ ଗୁରୁତ୍ୱ ପୁର୍ଣ୍ଣ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ । ଏଠାରେ ଜଣେ ଏଲୋପାତି ଡାକ୍ତର ,ହୋମେପାତି ମହିଳା ଡ଼ାକ୍ତର ,ଜଣେ ଫାର୍ମାସିଷ୍ଟ ,ଜଣେ ଏଏନ୍ଏମ୍ ଓ ଅଟେଣ୍ଡାନ୍ସ ଥିବା ଜଣାଯାଇଛି । ଭଦ୍ରକ ଜିଲ୍ଲାର ୪ ଟି ବ୍ଲକ ଯଥା ଭଣ୍ଡାରିପୋଖରୀ, ଧାମନଗର,ବନ୍ତ ଓ ଭଦ୍ରକ ବ୍ଲକ ର ହଜାର ହଜାର ଜନସାଧାରଣ ମାନେ ଏହି ଡାକ୍ତରଖାନ ଉପରେ ନିର୍ଭର କରୁଛନ୍ତି । ଏଥିସହ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା କାରଣରୁ ଦୁର୍ଘଟଣା ଜନିତ ଜରୁରୀ କାଳିନ ରୋଗୀ ମାନଙ୍କୁ ମଧ୍ୟ ପ୍ରାଥମିକ ଚିକିତ୍ସା କରାଯାଇଥାଏ । କିନ୍ତୁ ପରିତାପର ବିଷୟ ଏଠାକୁ ଆସୁଥିବା ରୋଗୀ ମାନଙ୍କୁ ଚିକିତ୍ସା କରାଯିବା ପରେ ଜୈନିକ ହୋମେପାତି ଡାକ୍ତର ଏଲୋପାତି ମେଡିସିନ୍ ବିକ୍ରି କରୁଥିଭା ଅଭିଯୋଗ ହୋଇଛି । ଏପଟେ ଡାକ୍ତରଖାନକୁ ଆସୁଥିବା ମେଡିସିନ୍ ସବୁ ରୋଗୀ ମାନଙ୍କୁ ଦିଆନଯିବା କାରଣରୁ ସେଗୁଡିକର ଏକ୍ସପାରି ତାରିଖ ସରିଯିବା ପରେ ଅଳିଆ ଗଦାରେ ଫିଙ୍ଗି ଦିଆଯାଉଥିବା ଦେଖିବାକୁ ମିଳିଛି । ତେବେ ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏଥିପ୍ରତି ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବା ସହ ଦୃଢ ପଦକ୍ଷେପ ନେବା ପାଇଁ ଦାବୀ ହୋଇଛି ।

error: Thank You Keep Visiting