ଜନନୀ ସୁରକ୍ଷା ଯୋଜନା ବିଫଳ,ଭାରରେ ବୁହା ହେଉଛନ୍ତି ପ୍ରସୂତୀ

Straight to the Point

କୋରକୁଣ୍ଡା: ମାଲକାନଗିରି ଜିଲ୍ଲାରେ ଜନନୀ ସୁରକ୍ଷା ଯୋଜନା ବିଫଳ ହେଉଛି । ବହୁ ସ୍ଥାନରେ ପ୍ରସୂତୀମାନଙ୍କୁ ବିପଦ ଜନକ ଅବସ୍ଥାରେ ଭାର, ଟ୍ରଲି,ରିକ୍ସାରେ ମେଡିକାଲ ବୁହା ହେଉଛି । ଜମୁକେଣ୍ଡା ବ୍ଲକ ଗୁଟେଲକୁଣ୍ଡା ଗ୍ରାମରେ ପ୍ରସବ ବେଦନାରେ ଛଟପଟ ହେଉଥିବା ପ୍ରସୂତୀକୁ ୧୦୨ ଆମ୍ବୁଲାନ୍ସ ନମିଳିବାରୁ ଖଟିଆରେ ବୋହି ବୋହି ଦୀର୍ଘ ୬କିଲୋମିଟର ଦୂର ମେଡିକାଲକୁ ନିଆଯାଇଛି । ଆଦିବାସୀ ଅଂଚଳର ଉନ୍ନତି ପାଇଁ ଦୀର୍ଘ ୨୫ବର୍ଷ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଆସୁଛନ୍ତି । ପକ୍କା ସଡକ ପାଇଁ ବିଜୁ ହାଇୱେ ନିର୍ମାଣ ହେଉଛି । ପ୍ରତି ଗାଁକୁ କେନ୍ଦ୍ର ଓ ରାଜ୍ୟ ଗ୍ରାମ ସଡକ ଯୋଜନାରେ ଶହ ଶହ କୋଟି ଟଙ୍କା ଯୋଗାଉଛନ୍ତି । କିନ୍ତୁ ମାଲକାନଗିରି ଜିଲ୍ଲାର ଆଶାନୁରୂପ ବିକାଶ ଦେଖାଯାଉନାହିଁ । ମାଓବାଦୀ ନିପାତ ନହେବା ଯାଏ ବିକାଶ କାର୍ଯ୍ୟ ଠିକଣା ଭାବେ ହୋଇପାରୁନଥିବା ରାଜ୍ୟ ସରକାର ପରୋକ୍ଷରେ ସୂଚନା ଦେଉଥିବା ବେଳେ ଗରୀବ ଆଦିବାସୀମାନେ ଶୋଚନୀୟ ଅବସ୍ଥା ଭୋଗୁଛନ୍ତି । ରାସ୍ତାଘାଟ ଯୋଗା ଯୋଗ ଅଭାବରୁ ପ୍ରସୂତୀମାନଙ୍କୁ ନେବା ଆଣିବା ଅସଂଭବ ହୋଇପଡୁଛି । ମେଡିକାଲ ଅଧିନରେ ଥିବା ୧୦୨ ଆମ୍ବୁଲାନ୍ସ ମାଓ ଭୟ ହେଉ କିମ୍ବା ଦୁର୍ଗମ ରାସ୍ତା ପାଇଁ ହେଉ ପ୍ରସୂତୀ ପାଖରେ ପହଂଚୁ ନଥିବାରୁ ସେମାନେ ସଂକଟ ଭୋଗ କରୁଛନ୍ତି । ସ୍ଥାନୀୟ ଅଂଚଳର ସରପଂଚ ଜନପ୍ରତିନିଧି ବୁଦ୍ଧିଜୀବୀ ଓ ମୁରବୀ ନିଜ ନିଜ ପଂଚାୟତକୁ ମାଓମୁକ୍ତ ଅଂଚଳ ଭାବେ ସୁନିଶ୍ଚିତ କରାଇବା ସହ ମାଓ ନିପାତ କାର୍ଯ୍ୟରେ ସାମିଲ ନହେଲେ ଗରୀବ ଆଦିବାସୀଙ୍କ ବିକାଶ ଅସଂଭବ ହୋଇପଡିବ ବୋଲି ମାଲକାନଗିରି ଜିଲ୍ଲା ବାପ୍ ସଂଗଠନ ପକ୍ଷରୁ କୁହାଯାଇଛି ।

error: Thank You Keep Visiting