ଦେବଦୂତ ସାଜିଲେ ଯବାନ, ଦୀର୍ଘ ୭ କି.ମି କାନ୍ଧରେ ବୋହି ବୋହି ନେଲେ ପ୍ରସୂତୀକୁ

Straight to the Point

ମାଲକାନଗିରି (ଜଗନ୍ନାଥ ପଡିଆମୀ) ସୀମାନ୍ତ କୋଣ୍ଡାଗାଓ ଜିଲ୍ଲା ନକ୍ସଲ ପ୍ରଭାବିତ ଅଂଚଳରେ ଦେଶର ଯବାନ ଦେବଦୂତ ସାଜି ଜନସେବାରେ ଉଚ୍ଚଆଦର୍ଶର ପରିଚୟ ଦେଇଛନ୍ତି । ହାଡଲେ ଗାଁରେ ୪୧ ବାଟାଲିୟନ୍ ଆଇଟିବିପି କ୍ୟାମ୍ପର କିଛି ଯବାନ ମାଓ ଅପରେସନ ଲାଗି ହରିଜନପଡା ଜଂଗଲରେ ଯାଉଥିବା ବେଳେ ଜଣେ ମହିଳାର ପ୍ରସବ ଯନ୍ତ୍ରଣା ଜାଣିବାକୁ ପାଇଲେ । ଏହି ମହିଳା ପ୍ରସୂତୀ ରୁକ୍ମଣୀ ବାଘେଲ ପରିବାର ଲୋକେ ମେଡିକାଲରେ ପ୍ରସୂତୀକୁ ପହଂଚାଇବା ତାଙ୍କ ପକ୍ଷେ ଅସଂଭବ ବୋଲି ପ୍ରକାଶ କରିବାରୁ ମହିଳାଟିର ଜୀବନ ବଂଚାଇବା ପାଇଁ ସେହି ଯବାନମାନେ ସହାୟତାର ହାତ ବଢାଇଥିଲେ । ସେହିଠାରେ ନକ୍ସଲ ଅପରେସନ ବନ୍ଦ କରି ମହିଳା ଟିକୁ କାନ୍ଧରେ ଭାର ବୋହି ଦୀର୍ଘ ୭କିଲୋମିଟର ଦୂର ଆଆଇଟିବିପି କ୍ୟାମ୍ପରେ ପହଂଚାଇଥରଲେ । ରାସ୍ତାରେ ନକ୍ସଲ ଆକ୍ରମଣ ଓ ଲ୍ୟାଣ୍ଡମାଇନ୍ସ ଭୟକୁ ବେଖାତିର୍ କରି ଯବାନ ମାନେ ପ୍ରସୂତୀକୁ କ୍ୟାମ୍ପରେ ପହଂଚାଇ ସେନା ଡାକ୍ତର ଦ୍ୱାରା ଚିକିତ୍ସା କରାଇଥିଲେ । ସେଠାରେ ଡାକ୍ତରଙ୍କ ସହାୟତାରେ ମହିଳାଟି ମୃତ୍ୟୁମୁଖରୁ ବଂଚିବା ସହ ଏକ ସନ୍ତାନ ଜନ୍ମ ଦେଇଥିଲେ ।

error: Thank You Keep Visiting