ଚିକିତ୍ସାଳୟରୁ ଗର୍ଭବତୀ ମହିଳାଙ୍କୁ ଫରେଇଦେଲେ,ଡଷ୍ଟବିନ ନିକଟରେ ଗର୍ଭଯନ୍ତ୍ରଣାରେ ଛଟପଟ

Straight to the Point

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଗତକାଲି ରାତ ପ୍ରାୟ ୧୨.୩୦ମିନିଟ ସମୟରେ ଏକ ଗର୍ଭବତୀ ମହିଳା ପ୍ରସବ ନିମନ୍ତେ ବାଲିକୁଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ ରେଫର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସାନିମନ୍ତେ ଆସିଥିବା ସମରେ ତାକୁ ଆଡମିଶନ ନକରି ରାତିଅଧରେ ଫେରାଇଦେଇଥିଲେ । ରାଜ୍ୟସରକାର ବିଭିନ୍ନ ବ୍ୟାନର ପୋଷ୍ଟର ମାରି ଗର୍ଭବତୀ ମହିଳା ତଥା ଶିଶୁ ମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ବେଳେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ତାହା ପ୍ର·ରପ୍ରସାରରେ ସିମୀତ ରହୁଥିବା ଦେଖାଦେଛି । ସୁଚନାରୁ ପ୍ରକାଶ ଯୋଗ୍ୟ ଯେ ବାଲିକୁଦା ବ୍ଲକ ଅର୍ନ୍ତଗତ ଅନନ୍ତପୁର ପଞ୍ଚାୟତର ଖଡିକାଦଣ୍ଡା ଗ୍ରାମର ଗର୍ଭବତୀ ମହିଳା ବନିତା ସେନାପତି ପ୍ରସବ ନିମନ୍ତେ ବାଲିକୁଦାରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । ରାତ୍ର ଡିୟୁଟିରେ ଥିବା ଡାକ୍ତର ଜଣଙ୍କ ଓ ନର୍ସ ମାନେ ତାଙ୍କୁ କହିଥିଲେ ଆମେ କିଛି କରିପାରିବୁ ନାହିଁ ତୁମେ କଟକ ପଳାଅ । ତାଙ୍କୁ ଚିକିତ୍ସାଳୟ ବାହାରକୁ ବିଦା କରିଦେଇଥିଲେ । ଗର୍ଭବତୀ ମହିଳାଙ୍କ ସାଥିରେ ପୁରୁଷ ଲୋକ କେହିନଥିବାରୁ ରାତିରେ କଟକ ଯିବା ସମ୍ଭବ ହୋଇପାରିନଥିଲା । ସେ ରାସ୍ତାକଡ ଏକ ଡଷ୍ଟବିନ ନିକଟରେ ଏକ ସଫପକାଇ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ପଡିରହିଥିଲା । ଭୋର ସମୟରେ ସେହି ବାଟଦେଇ କିଛିବ୍ୟକ୍ତି ଯାଉଥିବା ସମୟରେ ଗର୍ଭବତୀ ମହିଳା ଅସହ୍ୟ ଯନ୍ତ୍ରଣା ଦେଖି ଏକଆମ୍ବୁଲାନ୍ସକୁ ଡକାଇ ତାକୁ କଟକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ତେଣୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଯଦି ରାତିରେ ଆସିଥିବା ଗର୍ଭବତୀ ମହିଳାଙ୍କୁ ଚିକିତ୍ସା କରିବା ତ ଦୁରର କଥା ତାକୁ ଟିସ ସହେଯାଗ ମଧ୍ୟ କଲେ ନାହିଁ ବୋଲି ଜନସାଧରଣରେ ଚର୍ଚ୍ଚା ହେଉଛି । ତେଣୁ ଏଥିପ୍ରତି ଉଚ୍ଚକତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

error: Thank You Keep Visiting