ବୋହୂଙ୍କୁ ଧରି ହୋମଗାର୍ଡ ଶ୍ୱଶୂର ଫେରାର ! ଶେଷରେ ଥାନାରେ ଆତ୍ମସମର୍ପଣ

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅଧିନରେ କାର୍ଯ୍ୟ କରୁଥିବା ଜଣେ ହୋମଗାର୍ଡ ନିଜ ପୁତୁରା ବୋହୂର ଚୋରା ପିରତିରେ ପଡି ଶେଷରେ ପୁତୁରା ବୋହୂକୁ ଧରି ଫେରାର ହୋଇଯାଇଥିବା ନେଇ ପୁତୁରା ବୋହୂର ସ୍ୱାମୀ ନିଜ ବଡବାପାଙ୍କ ନାମରେ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସର ସୂଚନା ଅନସାରେ ଆଳିପିଙ୍ଗଳ ପଞ୍ଚାୟତର ଜୈନିକ ହୋମଗାର୍ଡ ଜିଲ୍ଲାର ମୁଖିଆଙ୍କ ଘର ଆଗରେ ଗାର୍ଡ ଡ୍ୟୁଟି କରୁଥିଲେ । ଗତ ୪ତାରିଖ ଦିନ ହୋମଗାର୍ଡ ଜଣକ ନିଜ ସାନ ଭାଇର ପୁଅର ସ୍ତ୍ରୀକୁ ଅର୍ଥାତ୍ ବୋହୂ ସହିତ କେଉଁଆଡେ ଫେରାର ହୋଇଯାଇଥିଲେ । ଶ୍ୱଶୂର ସହ ଯାଇଥିବା ବୋହୂର ୩ବର୍ଷର ପୁଅଟିଏ ମଧ୍ୟ ଅଛି । ପୁତୁରା ନିଜ ସ୍ତ୍ରୀ ନିଖୋଜ ପରେ ବହୁ ଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ବଡବାପା ଓ ସ୍ତ୍ରୀର କୌଣସି ସନ୍ଧାନ ପାଇନଥିଲେ । ଶେଷରେ ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ ପୋଲିସ ହୋମଗାର୍ଡ ପ୍ରେମରେ ଏତେ ମଜ୍ଜି ଯାଇଥିଲେ ଯେ ବାଧ୍ୟ ହୋଇ ଚୋରା ପିରତି କରିବାକୁ ବୋହୂକୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ୱଶୂର ସହ ବୋହୂ ୧୩ଦିନ ରହିବା ପରେ ୧୭ତାରିଖ ଦିନ ଉଭୟ ଜଗତସିଂହପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ଉକ୍ତ କେଶ୍କୁ ଉଠାଇବା ପାଇଁ ମଧ୍ୟ ବଡବାପା ପୁତୁରାକୁ ଧମକ ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି ।

error: Thank You Keep Visiting