କେରଳ ବନ୍ୟା ପିଡ଼ୀତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା

Straight to the Point

ଭୁବନେଶ୍ୱର : କେରଳ ବନ୍ୟା ପିଡ଼ୀତଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ଓଡ଼ିଶା ସରକାରଙ୍କ ପକ୍ଷରୁ ବନ୍ୟା ବିପନ୍ନଙ୍କ ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିଲା।
ଏହା ବ୍ୟତୀତ କେରଳର ବନ୍ୟାବିପନ୍ନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ପାଇଁ ସଜାଗ ରହିଥିବା ଅଗ୍ନିଶମ ବିଭାଗର ୨୪୦ଜଣିଆ ଦଳ କେରଳରେ ପହଞ୍ଚି   ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ସହାୟତା କରୁଛି । ବାୟୁସେନାର ଦୁଇଟି ସ୍ବତନ୍ତ୍ର ବିମାନ ଯୋଗେ ପହଞ୍ଚିଥିବା ୨୪୦ଜଣିଆ ଦଳ ମଧ୍ୟରେ ୨୨୫ ଜଣ ଫାୟାର ମେନ୍‍, ଲିଡିଂ ଫାୟାର ମେନ୍‍ ଓ ବୋଟ ଚାଳକ ଅଛନ୍ତି। ୧୫ ଜଣ ବରିଷ୍ଠ ତଦାରଖକାରୀ ଅଧିକାରୀରହିଛନ୍ତି। ଏହି ଟିମ୍‍ ୭୬ଟି ପାୱାର ବୋଟ୍‍, ୮ଟି ପାଣିରେ ବୁଡି ଖୋଜିବା ପୋଷାକ, ୧୦ଟି ଟାୱାରଲାଇଟ୍‍, ୩୫ଟି ମୋଟରଚାଳିତ କରତ, ୧୪ଟିଟର୍ଚ୍ଚ, ୨୩୪ଟି ଲାଇଫ୍‍ ଜ୍ୟାକେଟ୍‍, ୧୩୭ଟି ଲାଇଫ୍‍ ବୟ(ସର୍କଲ), ୩୦ଟି ସ୍ଲିପିଂ ମ୍ୟାଟ୍‍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଧରି ଯାଇଛନ୍ତି।

error: Thank You Keep Visiting