ରାତିରେ ଟର୍ଚ ଲାଇଟରେ ଶବ ବ୍ୟବଚ୍ଛେଦ

Straight to the Point

ବନ୍ତଳା: ବନ୍ତଳା ବନାଞ୍ଚଳ ପୋକତୁଙ୍ଗା ଗ୍ରାମ ନିକଟ ତେଳିତୈଳାରୁ ସନ୍ଧ୍ୟାରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଥିଲା । ବିଦ୍ୟୁତ ତାର ଆଘାତରେ ଦନ୍ତାର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ପୋକତୁଙ୍ଗା ଗ୍ରାମର ଅମୂଲ୍ୟ ପ୍ରଧାନକୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା । ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ପକ୍ଷରେ ରାତି ଟର୍ଚ୍ଚ ଲାଇଟ୍ରେ ଦନ୍ତାର ଶବ ବ୍ୟବଚ୍ଛେଦ କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଡିଏଫଓ ଭି. କାର୍ତ୍ତିକଙ୍କ କହିବାନୁଯାୟୀ, ରାତି ସମୟରେ ମୃତହାତୀ ପଡି ରହିଥିଲେ ଏହାର ଟିସୁ ଗୁଡିକ ନଷ୍ଟ ହୋଇ ଯାଇଥାନ୍ତା । ଦନ୍ତାର ଦାନ୍ତ ଦୁଇଟି ଉଦ୍ଧାର କରିବା ମଧ୍ୟ ଜରୁରୀ ଥିଲା । ନଚେତ୍ ଚୋରି ହେବା ଭୟ ଥିଲା । ତେଣୁ ତଦନ୍ତ କରି ଶବର ବ୍ୟବଚ୍ଛେଦ କରାଯାଇଛି । ରାତି ପ୍ରାୟ ୧୧ଟାରେ ଜିଲ୍ଲା ପ୍ରାଣୀ ନିର୍ଦ୍ଦେଶକ ଡ. ଭରତ ଚନ୍ଦ୍ର ଗଡନାୟକ ଶବ ବ୍ୟବଚ୍ଛେଦ କରିଥିଲେ ।

error: Thank You Keep Visiting