ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

An Independent Media

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକରେ ଏକ ଅଘଟଣରେ ୫ ଜଣଙ୍କର ମୃତ୍ୟ ଘଟିଛି । ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ବ୍ଲକର ଦୁର୍ଗି ଓ ଲାଞ୍ଜି ଗ୍ରାମରେ ମୃତକଙ୍କ ଘର। ରବିବାର ସକାଳେ ପାଇଖାନା ଟାଙ୍କି ସଫା କରିବାକୁ ୨ ଜଣ ଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡିଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ପୁଣି ୩ ଜଣ ଟାଙ୍କି ଭିତରକୁ ଯାଇଥିଲେ । ଫଳରେ ଟାଙ୍କି ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଛି ।

ମୃତକମାନେ ହେଲେ ଦୁର୍ଗି ଗ୍ରାମର ସୁର୍ଯ୍ୟ ନାରାୟଣ ପାତ୍ର, ବଂଶୀଧର ପାତ୍ର ଏବଂ ପୂର୍ଣ୍ଣ ଟାକିରୀ । ସେହିପରି ଅନ୍ୟ ୨ ଜଣ ହେଉଚନ୍ତି ଲାଞ୍ଜି ଗ୍ରାମର ରଶ୍ମୀତା ଉଲାକା ଏବଂ ବୈରାଗୀ କାଲାକା। ଦୁର୍ଗି ଗ୍ରାମର କାର୍ତ୍ତିକ ଗୈାଡଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

error: Thank You Keep Visiting