ବିଧାନସଭା ରେ ୧୨ ହଜାର ୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ
ଭୁବନେଶ୍ୱର : ରାଜ୍ୟ ବିଧାନସଭାରେ ୨୦୧୮-୧୯ ବର୍ଷ ପାଇଁ ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ୧୨ ହଜାର ୭୬୮ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍ ରେ ଶିକ୍ଷା , ସ୍ୱାସ୍ଥ୍ୟ, ସାମାଜିକ ନ୍ୟାୟ , ଶିଳ୍ପ , ଆଦି ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇପାରେ।
ଗତ ୨୩ ତାରିଖରେ ଅତିରିକ୍ତ ବଜେଟକୁ ରାଜ୍ୟ ମନ୍ତ୍ରୀ ପରିଷଦର ଅନୁମୋଦନ ମିଳିଥିଲା। ଗତ ବର୍ଷର ଅତିରିକ୍ତ ବଜେଟ୍ ପରିମାଣ ପ୍ରାୟ ୧୦ ହଜାର କୋଟି ଟଙ୍କା ଥିବା ବେଳେ ଏଥର ଏହା ୧୨ ହଜାର ୭୬୮ କୋଟି ଟଙ୍କା ରହିଛି। ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବା ପରେ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।