ଏତେ ଟିକସ ନେବାପରେ ମଧ୍ୟ ଶିକ୍ଷକଙ୍କୁ ଦରମା ଦେବାକୁ କୁଣ୍ଠାବୋଧ କାହିଁକି:ଶ୍ରୀ ପ୍ରଧାନ

An Independent Media

ତେଲ ଦର ବୃଦ୍ଧିକୁ ପ୍ରତିବାଦ କରି ବିଜେଡି ଆନ୍ଦୋଳନ କରୁଥିବା ବେଳେ ୨୦୧୪ରେ ରାଜ୍ୟ ସରକାରଙ୍କର ତେଲରୁ ଟିକସ ୩ ହଜାର କୋଟି ଟଙ୍କା ଥିବାବେଳେ ୨୦୧୮ରେ ଏହା ୭ ହଜାର କୋଟିରେ ପହଂଚିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ତେଲରୁ ଏତେ ଟିକସ ନେବାପରେ ମଧ୍ୟ ଏଥରୁ ୭୦୦/୮୦୦ କୋଟି ଶିକ୍ଷକଙ୍କୁ ଦରମା ଦେବାକୁ ସରକାର କୁଣ୍ଠାବୋଧ କରନ୍ତୁ ନାହିଁ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରିଛନ୍ତି ।
ଏତଦବ୍ୟତିତ ନିଜ ବିଭାଗ ଛାଡି ଅନ୍ୟଥିରେ ସେ ମୁଣ୍ଡ ପୁରାଇବା ବିଜେଡି ଅଭିଯୋଗ ସମ୍ପର୍କରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ରାଜ୍ୟ ଶାସକ ଦଳର ଏପରି ଆପତ୍ତି ସେମାନଙ୍କର ଅହଂକାର । ଓଡିଶାର ସବୁବର୍ଗର ଲୋକଙ୍କ ସମସ୍ୟା ବିଜେଡିର ଏକ·ଟିଆ ଅଧିକାର ନୁହେଁ । ରାଜ୍ୟର ଶାସକ ଦଳ ଓଡିଶାକୁ ସେମାନଙ୍କ ଜାଗିର ଭାବୁଥିବାରୁ ଏପରି ଅଭିଯୋଗ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

error: Thank You Keep Visiting