ସୁପ୍ରିମୋଙ୍କ ଛତ୍ରଛାୟା ତଳେ ଶାସକ ଦଳର ରସିକିଆ ନେତା

An Independent Media

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି ଜନପ୍ରତିନିଧିଙ୍କ ଯୌନ କେଳଙ୍କାରୀ ଘଟଣା । ଏପରି ଘଟଣାର ଅଭିଯୋଗ ବାରମ୍ବାର ଆସୁଛି ଶାସକ ବିଜେଡି ଦଳର ନେତାଙ୍କ ବିରୋଧରେ । ସେପଟେ ବିଜେଡି ମାକୁ ସମ୍ମାନ କଥା କହୁଥିବା ବେଳେ ଦିନକୁ ଦିନ ଦଳର ନେତାଙ୍କ ବିରୋଧରେ ଏପରି ଅଭିଯୋଗର ଲମ୍ବାତାଲିକା ଆସୁଥିବାକୁ ନେଇ ଦଳର ମୁଖିଆଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଯାହାକୁ ନେଇ ଅଡୁଆରେ ପଡୁଛି ଦଳ । ନେତାଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସୁଥିବାବେଳେ ଦଳ କିନ୍ତୁ ଏହି ରସିକିଆ ନେତାମାନଙ୍କ ସୁରକ୍ଷାରେ ଲାଗିଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଏହି ସବୁ ମଧ୍ୟରେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସୁପ୍ରିମୋ ।

ସାମାନ୍ୟ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନେଉଥିବା ସୁପ୍ରିମୋ ଏବେ କଣ ପାଇଁ ଚୁପ୍ ରହିଛନ୍ତି ଏହାକୁ ନେଇ ଏବେ ସାଧାରଣରେ ଉଠିଛି ପ୍ରଶ୍ନ । ଏପରି ଅଭିଯୋଗ ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କଅଁର । ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କଅଁରଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ଏପରିକି ସେ ମହିଳାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ପରେପରେ ତାଙ୍କର ଫଟୋ ଥିବା ଭିଡିଓ ଭାଇରାଲ ନେଇ ଏକ ଚ୍ୟାନେଲରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ଏବେ ଶାସକ ବିଜେଡି ନେତାଙ୍କ ଭୂମିକା ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି ।

ଜନପ୍ରତିନିଧିମାନଙ୍କର ଏହିପରି ଯୌନକେଳାଙ୍କାରୀ ଅଭିଯୋଗ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଯେହେତୁ ସେ ଶାସକ ଦଳର ନେତା ଥିଲେ ଓ ତାଙ୍କର ଦଳରେ ଦବଦବା ରହିଛି ସେଥିପାଇଁ ତାଙ୍କୁ ସୁରକ୍ଷା ଦିଆଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଦେଖିବାକୁ ଗଲେ କେବଳ ଦେବେନ୍ଦ୍ର କଅଁର ନୁହଁନ୍ତି ବିଜେଡିର ଅଧିକାଂଶ ନେତାଙ୍କ ନାଁରେ ମଧ୍ୟ ମହିଳାମାନେ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି । ଏସବୁ ମଧ୍ୟରେ ବିଏମସିର ମେୟର ଅନନ୍ତ ନାରାୟଣ ଜେନାଙ୍କ ବିରୋଧରେ ମଧ୍ୟ ସାଙ୍ଗାତିକ ଅଭିଯୋଗ ଆସିଥିଲା । ଯାହାକୁ ନେଇ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲେ ମଧ୍ୟ ଦଳର ହାଇକମାଣ୍ଡ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲେ ।

ସେହିପରି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ବିରୋଧରେ ମଧ୍ୟ ଜଣେ ମହିଳା ବିଭିନ୍ନ ଅଭିଯୋଗ କରିଥିଲେ । ସମ୍ପୃକ୍ତ ମହିଳା ଜଣଙ୍କ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପୁଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ବିଜେଡିର ଜନପ୍ରତିନିଧି ମାନେ ସାଧାରଣ ଜୀବନରେ ରହିଥିବା ବେଳେ ସେମାନଙ୍କ ବିରୋଧରେ ଏହିପରି ଅଭିଯୋଗ ଆସୁଥିବା ବେଳେ ଏହାକୁ ନେଇ ଏବେ ଚିନ୍ତାରେ ପଡିଛି ବିଜେଡି ।

ସେପଟେ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି । ଜଣେ ପୂର୍ବତନ ବିଧାୟକଙ୍କ ବିରୋଧରେ ଅ ।ସିଥିବା ଅଭିଯୋଗ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ସଶ୍ମିତା ବେହରା । ଏଭଳି କାର୍ଯ୍ୟକୁ ଅଶୋଭନୀୟ କହିବା ସହ ନିନ୍ଦା ମଧ୍ୟ କରିଛନ୍ତି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା । ଏପରିକି ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଏହାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ମହିଳା ମୋର୍ଚ୍ଚା ଧମକ ଦେଇଛି ।
୦୦୧

error: Thank You Keep Visiting