ଦାମ ବାଣରେ ଶାସକ ଦଳ ଘାଇଲା,ଖୋଲିଲେ ସମବାୟ ଦୁର୍ନିତୀର ଗୁମର

An Independent Media

ଭୁବନେଶ୍ୱର: ବିଜେଡିରେ କମ୍ପନ । ବେଲାଳସେନ ଭୂମିକାରେ ବିଜେଡିର ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା. ଦାମୋଦର ରାଉତ । ·ରାଦୁର୍ନୀତି, ଓମଫେଡ ଜରି ଦୁର୍ନୀତି ପରେ ଏବେ ସମବାୟ ଦୁର୍ନୀତିରେ ଚେର ଖୋଲିଛନ୍ତି ଶ୍ରୀ ରାଉତ । ସମବାୟ ବିଭାଗରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କଥା କହିଛନ୍ତି ଶ୍ରୀ ରାଉତ ।
ଆଜି ଗଣମାଧ୍ୟମରେ ସୂଚନା ଦେଇ ଶ୍ରୀ ରାଉତ କହିଛନ୍ତି ଯେ. ସମବାୟ ବ୍ୟାଙ୍କରେ ୭୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି । ମୁଁ ମନ୍ତ୍ରୀଥିବା ବେଳେ ଧାରା-୬୫ ଅନୁସାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲି । ତତକାଳୀନ ଏମଡି ତୁଷାର କାନ୍ତ ପଣ୍ଡାଙ୍କର ଏଥିରେ ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଥିଲି । ତଦନ୍ତ ରିପୋର୍ଟ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ୭୦୦ ସମବାୟ ବ୍ୟାଙ୍କରେ କମ୍ପୁଟରୀକରଣ ଏବଂ କୃଷିଋଣ ଯୋଗାଣରେ ଏହି ଦୁର୍ନୀତି ବୋଲି ଶ୍ରୀ ରାଉତ ଗଣମାଧ୍ୟମରେ କହିଛନ୍ତି । ପୂର୍ବରୁ ଯଜେ୍ଞଶ୍ୱର ବାବୁ ଏହି ଦୁର୍ନୀତିରେ ଜେଲ ଯାଇଥିଲେ । ବହୁ କର୍ମ·ରୀ ନିଲମ୍ବିତ ହୋଇଥିଲେ । ତୁଷାର କାନ୍ତ ପଣ୍ଡା ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି ।

error: Thank You Keep Visiting