ଗୁମର ଖୋଲିଲେ ଦାମ, କିପରି ଚାଲୁଛି ଶାସକ ଦଳ

An Independent Media

ଭୁବନେଶ୍ୱର: ଗୋଟିଏ ପରେ ଗୋଟିଏ କଥା କହି ଦଳରେ ବିସ୍ପୋରଣ ସୃଷ୍ଟି କରୁଛନ୍ତି ବିଜେଡି ବିଧାୟକ ଡା.ଦାମୋଦର ରାଉତ । ବିଜେଡି କିପରି ଚାଲୁଛି ଏହାର ଗୁମର ଖୋଲିଛନ୍ତି ଆଜି ଶ୍ରୀ ରାଉତ । ଶ୍ରୀ ରାଉତ କହିଛନ୍ତି ଯେ ବିଜେଡି ଚଳାଇଥିବାର ନେତୃତ୍ୱ ନେଉଛନ୍ତି ଜଣେ ଆଇଏଏସ ଅଫିସର । ଆଉ ଦଳ ପରିଚାଳନା କରୁଛନ୍ତି ବିଧାୟକ ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ (ବବି) ଓ ଦେବାଶିଷ ସାମନ୍ତରାୟ । ଏପରି କଥା ଆଜି ଏକ ଗଣମାଧ୍ୟମରେ କହି ଆଜି ବିଜେଡିରେ କମ୍ପନ ଉତ୍ପନ କରିଛନ୍ତି ଦାମ ।
ଦାମଙ୍କ କହିବା ଅନୁସାରେ ତାଙ୍କୁ ଜାଣି ଜାଣି ମନ୍ତ୍ରୀ ପଦରୁ କଢାଗଲା । ଦଳର ଉପସଭାପତି ପଦରୁ କଢାଗଲା । ମୁଁ ଆଉ ସେ ଦଳରେ ନାହିଁ । ଏ ସମସ୍ତ କଥା ଦଳର ସଭାପତି ଜାଣିଛନ୍ତି । ସେ ଯାହା କରିବା କଥା କରିବେ ।
ଏଠାରେ ଉଲେଖଯୋଗ୍ୟ ଯେ, ବିଜେଡି ମୁଖିଆଙ୍କ ଚକ୍ରବ୍ୟୁହରେ ରହିଥିବା କଥା କହି କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ବିଧାୟକ ଶ୍ରୀ ରାଉତ । ତେବେ ଏହି ନେତାମାନଙ୍କ ନାମକୁ ଗଣମାଧ୍ୟମ ଆଗରେ ପ୍ରକାଶ କରି ପୁଣି ଦଳରେ କମ୍ପନ ସୃଷ୍ଟି କରିଛନ୍ତି ଶ୍ରୀ ରାଉତ ।

error: Thank You Keep Visiting