ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ

An Independent Media

ଆରଡି :ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଗାଁରେ ଚନ୍ଦନ ବିଶ୍ୱାଳ(୨୫) ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ସୂଚନା ଯୋଗ୍ୟ ଚନ୍ଦନ ଦୀର୍ଘବର୍ଷ ହେବ ବିଶାଖାପାଟଣାରେ ରହି କାମ କରୁଥିଲେ।  ସେ ଗତ କିଛିମାସ  ଜ୍ୱରରେ ପୀଡିତ ଥିଲେ। ଜ୍ୱର ନ ଛାଡିବାରୁ ରଜ ଛୁଟି ନେଇ ଘରକୁ ଆସିଥିଲେ । ଚନ୍ଦନଙ୍କ ପରିବାର ପକ୍ଷରୁ କଟକରେ ଚିକିତ୍ସା କରିବା ପରେ ଡେଙ୍ଗୁ ଜ୍ୱର ହୋଇଥିବା ଜାଣିବାକୁ ପାଇଥିଲେ। ଚନ୍ଦନଙ୍କୁ  କଟକ ବଡ ମେଡିକାଲରେ ଦୀର୍ଘ ୪ଦିନ ଧରି ଚିକିତ୍ସା କରାଇ ଆଣିଥିଲେ ମଧ୍ୟ ଏବେ  ପୂର୍ବ ପରି ଜ୍ୱର ଲାଗି ରହିବା ସହ ଗୋଡ ହାତ ଗଣ୍ଠି ଆଦି ଯନ୍ତ୍ରଣାରେ ପୀଡିତ ଥିବା ପରିବାର ଲୋକ ପ୍ରକାଶ କରିଛନ୍ତି।  ଏପରି ଖବର ପାଇ  ଜିଲା ପ୍ରଶାସନ ପକ୍ଷରୁ ତପ୍ତରତା ଦେଖା ଦେବା ସହ ଚାନ୍ଦବାଲି ସିଡିପିଓ, ଆରଡି ମେଡିକାଲ ଅଫିସରଙ୍କୁ ଚନ୍ଦନଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ପଠାଇଥିଲେ। ଉକ୍ତ ଡାକ୍ତରୀ ଟିମ ଚନ୍ଦନଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ  ଯିବା ପାଇଁ ପରାମର୍ଶ ଦେଇଥିଲେ। ଚନ୍ଦନଙ୍କ ପରିବାର ଗରିବ ହୋଇଥିବାରୁ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ପ୍ରଦାନ କରିବା ପାଇଁ ତାଙ୍କ ବାପା ରାମଚନ୍ଦ୍ର ବିଶ୍ୱାଳ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

error: Thank You Keep Visiting