ମୁଖ୍ୟମନ୍ତ୍ରୀ : ଦଳ ବିରୋଧୀ କାର୍ଯ୍ୟ ପାଇଁ ଦାମଙ୍କୁ ବହିଷ୍କାର କରାଗଲା

An Independent Media

ଭୁବନେଶ୍ୱର: ବିଜୁ ଜନତା ଦଳରୁ ବରିଷ୍ଠ ନେତା ଡ. ଦାମୋଦର ରାଉତ ଗତକାଲି ବହିଷ୍କୃତ ହେବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କୁ ବହିଷ୍କାର ଯିବାର କାରଣ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ । ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ଦାମୋଦରଙ୍କୁ ବହିଷ୍କାର କରାଗଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ଗତକାଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ପୂର୍ବତନ ମନ୍ତ୍ରୀ ତଥା ଜଗତସିଂହପୁର ଜିଲ୍ଲାର ପାରଦ୍ୱୀପ ବିଧାୟକ ଦାମଙ୍କୁ ବହିଷ୍କୃତ କରାଯାଇଛି । ବିଜୁ ଜନତା ଦଳ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଥିଲେ । ପୂର୍ବରୁ ବିଭିନ୍ନ ସମୟରେ ଜଗତସିଂହପୁର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ ଖୋଲାଖୋଲି ଡାକ୍ତର ରାଉତଙ୍କ ବିରୋଧରେ ପ୍ରତିକ୍ରିୟା ରଖୁଥିଲେ । ଏ ନେଇ ଜଗତସିଂହପୁର ଜିଲ୍ଲାର କିଛି ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଦାମୋଦରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥଲେ । ତାଙ୍କ କାରନାମାର ଲମ୍ବା ଅଭିଯୋଗ ଧରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେୟ କାର୍ଯ୍ୟାନୁଷ୍ଠାନସ୍ୱରୂପ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି ।

error: Thank You Keep Visiting