ମୁଖ୍ୟମନ୍ତ୍ରୀ: ସେ ନୂଆ ଦଳ ଗଢ଼ିଲେ କୌଣସି ପ୍ରଭାବ ପଡ଼ିବନି

An Independent Media

ଭୁବନେଶ୍ୱର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ବହିଷ୍କାର ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାମ ବାବୁ ବାରମ୍ବାର ଦାୟିତ୍ୱ ହୀନ ମନ୍ତବ୍ୟ ଦେଉଥିଲେ । ତେଣୁ ତାଙ୍କୁ ଦଳରୁ ବହିଷ୍କାର କରାଗଲା । ତାଙ୍କ ଅଭିଯୋଗ ସବୁବେଳେ ନିଷ୍ଫଳ ଓ ହାସ୍ୟାସ୍ପଦ ରହୁଥିଲା । ସେ ନିଜେ କିମ୍ବା ଯାହାଙ୍କ ସହ ମିଶି ନୂଆ ଦଳ ଗଢ଼ିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିବନି । ଦିଲ୍ଲୀରେ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହା ପ୍ରକାଶ କରିଛନ୍ତି ।

error: Thank You Keep Visiting