ଏକାଠି ହେବେ ଦାମ,ବୈଜୟନ୍ତ,ବିଜୟ; ନୂଆ ଦଳ ଗଠନକୁ ନେଇ ବିଜେଡିରେ ଭୟ

An Independent Media

ଭୁବନେଶ୍ୱର: ବିଜେଡିରେ ଭୟ, ବିଜେଡି ଦଳରୁ ବରିଷ୍ଠ ନେତା ତଥା ପାରାଦ୍ୱୀପ ବିଧାୟକ ଡା.ଦାମୋଦର ରାଉତଙ୍କୁ ବହିଷ୍କାର କରିବାର ୨୪ ଘଣ୍ଟା ପୁରିନି । ସେପଟେ ବିଜେଡି ରାଜନୀତିରେ ନୂଆ ସମୀକରଣର ବାସ୍ନା ଦେଖାଦେଲାଣୀ । ଏପରିକି ବିଜେଡି ଦଳ ଛାଡିଥିବା ବିଜୁ ପଟ୍ଟନାୟକଙ୍କ ଅନୁଗତମାନେ ଗଢିବେ ନୂଆ ଦଳ । ଯାହାର ନାମ ରହିବ ବିଜୁ ଓଡିଶା ଦଳ ।
ଆଜି ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଭେଟିବା ପରେ ଏପରି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଖୁବଶୀଘ୍ର ରାଜ୍ୟରେ ଏହି ଦଳ ତାର କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ଜଣାପଡିଛି । ଏହି ଦଳରେ ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ବିଜୟ ମହାପାତ୍ର, ଦିଲୀପ ରାୟଙ୍କ ପରି ବିଜୁ ଲିଗାସୀମାନେ ସାମିଲ ହେବାକୁ ଯାଉଥିବା କଥା ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ଏହାର ନେତୃତ୍ୱ ନେଉଛନ୍ତି ବୈଜୟନ୍ତ ପଣ୍ଡା ।
୬୦ ବିଧାୟକଙ୍କ ଟିକେଟ କାଟିବା ପାଇଁ ବିଜୁ ଓଡ଼ିଶା ଦଳ ଯୋଜନା କରୁଥିବାବେଳେ ସେଥିରୁ ୪୦ ଜଣ ବିଧାୟକ ଏବେ ସିଧାସଳଖ ବୈଜୟନ୍ତଙ୍କ ଶିବିର ସହ ଯୋଡି ହୋଇଥିବା କଥା ସାଧାରଣରେ ଆଲୋଚନା ହେଉଛି ।
ତେବେ ନୂଆ ଦଳ ନେଇ ବୈଜୟନ୍ତ ପଣ୍ଡା କିମ୍ବା ଦାମୋଦର ରାଉତ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ସେମାନେ କହିଛନ୍ତି ବିଜେଡିରେ ଆଉ ବିଜୁ ଆଦର୍ଶ ନାହିଁ । ତେଣୁ ବିଜୁ ଆଦର୍ଶକୁ ବଂଚାଇବା ପାଇଁ ପଦକ୍ଷେପ ଆରମ୍ଭ ହେଉଛି । ସମୟକୁ ଅପେକ୍ଷା କରିବାକୁ ସେମାନେ ଆହ୍ୱାନ କରିଛନ୍ତି । ସେପଟେ ଆଜି ଶ୍ରୀ ରାଉତ ତାଙ୍କ ପ୍ରତିକ୍ରିୟାରେ ବିଜେଡି ଛାଡି ଅନ୍ୟ ଦଳରେ କିମ୍ବା କୌଣସି ଦଳରେ ନଥିବା ନେତାଙ୍କୁ ପ୍ରଂଶସା କରିଛନ୍ତି ସେହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ବିଜୟ ମହାପାତ୍ର ଓ ପଞ୍ଚାନନ କାନୁନଗୋ । ଏବେ ବିଜୁବାବୁଙ୍କ ସହ କାମ କରୁଥିବା ନେତାଙ୍କୁ ଏକାଠି କରି ରାଜନୈତିକ କାର୍ଯ୍ୟକ୍ରମ ଆରମ୍ଭ ପାଇଁ ବିଜୁ ଲିଗାସୀମାନେ ଅଣ୍ଟା ଭିଡିବା ଆରମ୍ଭ କରିଛନ୍ତି । ଏବେ ଯେଉଁମାନେ ବିଜେଡିରେ ଅଛନ୍ତି ସେମାନେ ଚୋର, ଖଣ୍ଟଏବଂ ଟାଉଟର ବୋଲି ଶ୍ରୀ ରାଉତ କହିଛନ୍ତି ।

error: Thank You Keep Visiting