ସୁନା ମାଫିଆଙ୍କ ଆଡ୍ଡାସ୍ଥଳି ପାଲଟିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର

An Independent Media

ଭୁବନେଶ୍ୱର: ସୁନା ଚୋରା ଚାଲାଣକାରୀଙ୍କ ସୁରକ୍ଷିତ ସ୍ଥାନ ପାଲଟିଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର । ବାରମ୍ବାର ବିମାନ ବନ୍ଦରରୁ ସୁନା ଜବତ କରାଯାଉଥିବାବେଳେ ଆଜି ପୁଣି ଥରେ ସୁନା ଜବତ କରାଯାଇଛି । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ବର୍ଷ ବର୍ଷ ଧରି ବିଦେଶରୁ ଏହି ବିମାନ ବନ୍ଦର ଦ୍ୱାରା ସୁନାର ଚୋରା ଚାଲାଣ ହୋଇ ଆସୁଅଛି ।
ସୂଚନାନୁଯାୟୀ ଆଜି ପ୍ରାୟ ୬୯୦.୫୫୦ ଗ୍ରାମର ସୁନା ଜବତ ହୋଇଛି । ଏହା ସହିତ ଚାଲାଣକାରୀଙ୍କୁ ବିମାନ କର୍ତ୍ତୃପକ୍ଷ ଅଟକ ରଖିଛନ୍ତି । ଜବତ ସୁନା କ୍ୱାଲାଲାମ୍ପପୁରରୁ ଆସିଥିବା ଜଣାପଡ଼ିଛି । ଚେନ୍ନାଇରୁ ଏୟାର ଏସିଆ ବିମାନରେ ଆସିଥିବା ଚାଲାଣକାରୀଙ୍କୁ କଷ୍ଟମ୍ ବିଭାଗ ଧରିଛି । ସୁନାକୁ ଏକ ଟ୍ରଲି ବ୍ୟାଗରେ ଆଲୁମିନିୟମ ଲାଇନିଂରେ ଅଣାଯାଇଥିଲା । ତେବେ ଏ ନେଇ ଅଧିକ ଖୋଳତାଡ଼ ଜାରି ରହିଛି ।

error: Thank You Keep Visiting