ଫେରିଯିବ ବାଘୁଣୀ ସୁନ୍ଦରୀ, ଥମିଲା ଉତ୍ତେଜନା

An Independent Media

ଅନୁଗୋଳ : ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ଟିକରପଡା ରେଞ୍ଜରେ ଦେଖା ଦେଇଥିବା ତୀବ୍ର ଉତ୍ତେଜନା ଥମିଛି । ଉତ୍ତ୍ୟକ୍ତ ଲୋକେ ପୁନର୍ବାର ପମ୍ପାସର, ପରୁଣାକୋଟ ରେଞ୍ଜ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ ଅଭୟାରଣ୍ୟକୁ ଯୋଡୁଥିବା ସମସ୍ତ ରାସ୍ତା ଅବରୋଧ କରିଥିଲେ ବି ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଅଧିକାରୀ ପହଞ୍ôଚ କ୍ଷମା ମାଗିବା ଏବଂ ସୁନ୍ଦରୀକୁ ୧୫ ତାରିଖରେ ମଧ୍ୟପ୍ରଦେଶ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ହାତୀବାରି ଗ୍ରାମର ମୃତ ମହିଳା କୈଳାସ ସାଇଅଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୁରଣ ଓ ତାଙ୍କ ପୁଅକୁ ଚାକିରି ଦେବା, ଅଧିବାସୀଙ୍କ ଦାବି ପୁରଣ କରିବା, ପୋଡାଜଳା ଘଟଣାରେ ଗିରଫଦାରି ନ ହେବା ନେଇ ବନ ବିଭାଗ ଲିଖିତ ଭାବେ ଦେବା ପରେ ଲୋକେ ଆନ୍ଦୋଳନରୁ ଓହରି ଯାଇଥିଲେ । ପ୍ରକାଶ ଯେ ବାଘୁଣୀକୁ ନଇ ସାତକୋଶିଆ ଅଧିବାସୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ମହିଳାଙ୍କ ମୃତ୍ୟୁ ଘଟଣା ପରେ ବିସ୍ଫୋରକ ରୂପ ନେଇଥିଲା ।

ଶତାଧିକ ଲୋକ ଟିକରପଡା ରେଞ୍ଜ କାର୍ଯ୍ୟାଳୟ, ବହୁ ବିଟ୍ ହାଉସ, ପର୍ଯ୍ୟଟକଙ୍କ ପାଇଁ ଥିବା ଲଞ୍ଚ, ଗାଡି ଆଦି ଜାଳି ଦେବା ସହ ପ୍ରାୟ ୫ କୋଟି ଟଙ୍କାର କ୍ଷୟକ୍ଷତି ଘଟାଇଥିଲେ । ଏପରି ଉତ୍ତେଜନା ଦେଖି ପ୍ରଶାସନ କିମ୍ବା ବନ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ନଥିଲେ । ଏପରି କି ସନ୍ଧ୍ୟା ସୁଦ୍ଧା ପୋଲିସ୍ ଫୋର୍ସ ଓ ସିଆରପିଏଫ୍ ଟିମ୍ ମଧ୍ୟ ପହଞ୍ôଚ ପାରି ନ ଥିଲେ । ଫଳରେ ସ୍ଥାନୀୟ ଲୋକେ ପମ୍ପାସର ଓ ପୁରୁଣାକୋଟ ରେଞ୍ଜ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ । ଅଭୟାରଣ୍ୟର ସମସ୍ତ ପ୍ରବେଶ ଦ୍ୱାର ସିଲ୍ କରିବା ସହିତ ପମ୍ପାସର, ହିଂସିରିଡା, ଜଗନ୍ନାଥପୁର, ପୁରୁଣାକୋଟ, ଟିକରପଡାଠାରେ ପୂର୍ତ୍ତ ବିଭାଗ ରାସ୍ତାକୁ ଅବରୋଧ କରି ରଖିଥିଲେ । ପରେ ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର, ଅତିରିକ୍ତ ଏସ୍.ପି ଯଦୁନାଥ ହାଂସଦା, ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ସହିତ ୬ ପ୍ଲାଟୁନ ଫୋର୍ସ ଘଟଣାସ୍ଥଳରେ ପହଞ୍ôଚ ବୁଝାଶୁଝା କରିଥିଲେ ।

ହେଲେ ଡିଏଫଓ ନ ଆସିଲେ କୌଣସି ସମାଧାନ ହେବ ନାହିଁ କି ମୃତଦେହ ଛଡାଯିବ ନାହିଁ ବୋଲି ଅଧିବାସୀମାନେ ଅଡି ବସିଥିଲେ । ଅପରାହ୍ନରେ ଡିଏଫଓଙ୍କ ସହ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ପ୍ରତିନିଧି ଦଳ ଆଲୋଚନା କରିବାର ବ୍ୟବସ୍ଥା କରାଯିବ ବୋଲି ଏସ୍ପି କହିବା ପରେ ଉତ୍ତ୍ୟକ୍ତ ଲୋକେ ସାମାନ୍ୟ ନରମି ଥିଲେ । ତଦନୁଯାୟୀ ଅପରାହ୍ନ ୪ଟା ୩୦ ରେ ଡିଏଫ୍ଓ ଏସଏମ୍ଡିଟି ରହମାନ, ଏସିଏଫ ଶୁଭେନ୍ଦୁ ବେହେରା, ରାଜକିଶୋର ସ୍ୱାଇଁ ପମ୍ପାସର ରେଞ୍ଜ କାର୍ଯ୍ୟାଳୟରେ ପହଞ୍ôଚଥିଲେ । ସେଠାରେ ଏସ୍ପି, ଅତିରିକ୍ତ ଏସ୍ପି, ଉପଜିଲ୍ଲାପାଳ, ଟିକରପଡା ସରପଞ୍ଚ ସୁମତି ଦଳ ବେହେରା, ସମିତି ସଭ୍ୟ ବିଦ୍ୟାଧର ପ୍ରଧାନ, ପୁରୁଣାକୋଟ ସରପଞ୍ଚ ଅନନ୍ତ ବାସୁଦେବ ମହାନ୍ତି, ଜିଲ୍ଲା କୃଷକ ସେଲ ସଭାପତି ଭାଗୀରଥି ପ୍ରଧାନ, ପ୍ରଜା ସୁରକ୍ଷା ସମିତି ସଭାପତି ଜନାର୍ଦ୍ଦନ ସାହୁ, ସମ୍ପାଦକ ବିରାଜ ଜାନୀ, ଉପଦେଷ୍ଟା ଡିଲେଶ୍ୱର ପ୍ରଧାନ, ଆଇନଜୀବୀ ପ୍ରଦୀପ ପ୍ରଧାନ, ସରୋଜ ଜେନା, ଏସ୍ୟୁସିଆଇର ମାନସ ପାଳଙ୍କ ସହିତ ପ୍ରତିନିଧି ଦଳ ଉପସ୍ଥିତିରେ ଆଲୋଚନା ହୋଇଥିଲା ।

ସାତକୋଶିଆ ଅଧିବାସୀଙ୍କ ଦାବି ଗୁଡିକ ଉପରେ ଆଲୋଚନା ପାଇଁ ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ରକ୍ଷ କରାଯାଇ ପାରିନଥିବାରୁ ଏସ୍ପି ଓ ଡିଏଫଓ ଦୁଃଖ ପ୍ରକାଶ ସହିତ କ୍ଷମା ମାଗିଥିଲେ । ଏହାପରେ ଘଟଣାର ସମାଧାନ ପାଇଁ ଅଧିବାସୀମାନେ ପ୍ରସ୍ତୁତି ହୋଇଯାଇଥିଲେ । ଉପସ୍ଥିତ ଅଧିକାରୀମାନେ ମୃତା ମହିଳାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ, ଶୁଦ୍ଧିକ୍ରିୟା ପାଇଁ ୪୦ ହଜାର ଓ ରେଡକ୍ରସ ପକ୍ଷରୁ ୨୦ ହଜାର ଟଙ୍କା ଦିଆଯିବା, ଅଧିକ ସହାୟତା ପାଇଁ ରାଜ୍ୟ ସରକାରଙ୍କ୍ୁ ଜଣାଇବା, ମୃତକଙ୍କ ପୁଅକୁ ଚାକିରି, ଅଧିବାସୀଙ୍କୁ ବାଘ ଦାଉରୁ ସୁରକ୍ଷା ଦେବାକୁ ୧୦୦ ପୋଲିସ ଓ ବନ ବିଭାଗର ୫୦ କର୍ମଚାରୀ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଆସନ୍ତା ୧୫ ତାରିଖରେ ଟ୍ରାଙ୍କୁଲାଇଜ କରି ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ଦେବାକୁ ଡିଏଫଓ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

ସେହିପରି ଟିକରପଡା ରେଞ୍ଜ ମଧ୍ୟରେ ହୋଇଥିବା ସମସ୍ତ ପୋଡାଜଳା ଘଟଣାର ମାମଲା କରା ନ ଯିବା ଓ କୌଣସି ଗିରଫଦାରି ହେବ ନାହିଁ ବୋଲି ଅଧିକାରୀ ମାନେ କହିଥିଲେ । ଆସନ୍ତା ୧୫ ରୁ ୨୨ ତାରିଖ ମଧ୍ୟରେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସାତକୋଶିଆ କ୍ଷତିଗ୍ରସ୍ତ ପ୍ରଜା ସୁରକ୍ଷା ସମିତିର ୨୦ ଜଣ ପ୍ରତିନିଧି ଉପସ୍ଥିତ ରହି ସେମାନଙ୍କ ଦାବି ଉପରେ ଆଲୋଚନା କରିବେ । ଯେଉଁ ଦାବି ପୂରଣରେ ଅସୁବିଧା ଉପୁଜିବ ସେ ସମ୍ପର୍କରେ ସରକାରଙ୍କୁ ଜଣାଇ ସମାଧାନ କରାଯିବ ବୋଲି ଅଧିକାରୀ ମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ଛାଡି ଦେଇଥିଲେ ।

error: Thank You Keep Visiting