ମଲା କଙ୍କଡ଼ାର ଓଲଟିବାକୁ ବଳ ନଥାଏ,ଓଡ଼ିଶା ବୁଲିବା ହାସ୍ୟାସ୍ପଦ:ବିଷ୍ଣୁ

An Independent Media

ଭୁବନେଶ୍ୱର : ବିଜୁ ଜନତା ଦଳରୁ ବହିଷ୍କାର ପରେ ବି ପାଦାଦ୍ୱୀପ ବିଧାୟକ ଦାମୋଦର ରାଉତଙ୍କ ପିଛା ଛାଡୁ ନାହାଁନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ । ଆଜି ପୁଣି ଦୁଇ ଜଣଙ୍କ ବାଦି ପାଲା ଦେଖିବାକୁ ମିଳିଛି । ଦାମ ଆକ୍ଷେପ କରି ବିଷ୍ଣୁଙ୍କୁ କଟାକ୍ଷ କରୁଥିବାବେଳେ ବିଷ୍ଣୁ ମଧ୍ୟ ଦାମଙ୍କ ପ୍ରତିଜବାବ ରଖିଛନ୍ତି । ଦୁଇ ଜଣଙ୍କ କଳି ରାଜ୍ୟ ରାଜନୀତିରେ ଏକପ୍ରକାର ହାସ୍ୟ ମହଲ ସୃଷ୍ଟି କରିଛି ।
ବିଷ୍ଣୁ ଜଣେ ଘୃଣିତ, ଦୁର୍ନୀତିଗ୍ରସ୍ତ, ନଷ୍ଟ ଚରିତ୍ରର ଲୋକୟ ବିଷ୍ଣୁ ବାର୍ଦ୍ଧକ୍ୟଭତ୍ତା କରାଇ ଦେବା ପାଇଁ ପଇସା ନିଅନ୍ତି ବୋଲି ଦାମ ବିଷ୍ଣୁଙ୍କୁ କହିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଷ୍ଣୁ ଦାସ । ମୋ ଚରିତ୍ର କଣ ମୁଁ ଜାଣେ, ଓଡିଶାବାସୀ ଜାଣନ୍ତି । ସେହିପରି କାଲି ପରି ଆନ୍ନାଙ୍କ ଭଳି ଦାମଙ୍କ ଓଡ଼ିଶା ବୁଲିବା ମନ୍ତବ୍ୟରେ ଜବାବ ରଖିଛନ୍ତି ବିଷ୍ଣୁ ଦାସ । ଏହି ପ୍ରସଙ୍ଗରେ ବିଷ୍ଣୁ କହିଛନ୍ତି ଯେ ଦାମ ବୁଲନ୍ତୁ, କିନ୍ତୁ ସେ ଆଗ ସୁନ୍ଦରଗଡ କୁତ୍ରା ଯିବେ । କୁତ୍ରାରେ ବିପୁଳ ପରିମାଣର ସମ୍ବୋର୍ଦ୍ଧିତ ହେବା ପରେ ଓଡ଼ିଶା ବୁଲିବେ । ସେ ଆହୁରି ମଧ୍ୟ ବରିଷ୍ଠ ନେତା ଦାମଙ୍କୁ କଟାକ୍ଷ କରି କହିଛନ୍ତି ଯେ ସେ ମଲା କଙ୍କଡା, ଓଲଟିବାକୁ ବଳ ନାହିଁ, ସେ ପୁଣି ଓଡ଼ିଶା ବୁଲିବେ !

error: Thank You Keep Visiting