ମହଙ୍ଗା ପଡ଼ୁଛି ତୈଳ ଦର ବୃଦ୍ଧି,ବଢ଼ିଲା ବସ୍ ଭଡ଼ା

An Independent Media

ଭୁବନେଶ୍ୱର: ଶନିବାର ବସ୍ ଭଡ଼ା ବଢ଼ିବା ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେବେ ବାରମ୍ବାର ତେଲ ଦର ବୃଦ୍ଧି ପାଇଥିବାରୁ ବସ୍ ଭଡ଼ା ବୃଦ୍ଧି କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ପ୍ରକାଶ । ବସ୍ ଭଡ଼ା କିଲୋମିଟର ପିଛା ୨ ରୁ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି । ଅଡିନାରୀ, ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟର ପିଛା ୨ ପଇସା ବଢ଼ି ଥିବା ସୂଚନା ମିଳିଛି । ସେହିପରି ଡିଲକ୍ସ, ଏସି ଡିଲକ୍ସ ବସ୍ କିଲୋମିଟର ପିଛା ୪ ପଇସା ବୃଦ୍ଧି ପାଇଛି । ସୂଚନାଯୋଗ୍ୟ ଏହି ଭଡ଼ା ବୃଦ୍ଧି ପାଇବା ପରେ ଅଡିନାରୀ ବସ୍ ଭଡ଼ା କିଲୋମିଟର ପିଛା ୭୦ ପଇସା ଥିବାବେଳେ ଏବେ ୭୨ ପଇସା ହୋଇଛି ।

ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା କିଲୋମିଟରରୁ ୭୩ ପଇସା ଥିବାବେଳେ ଭଡ଼ା ବୃଦ୍ଧି ପାଇ ୭୫ ପଇସା, ଡିଲକ୍ସ ବସ୍ ଭଡ଼ା କିମିକୁ ଥିଲା ୧୦୧ ପଇସା ଏବେ ହୋଇଛି ୧୦୫ ପଇସା ଏବଂ ଏସି ଡିଲକ୍ସ କିମିକୁ ୧୨୩ ପଇସା ଥିବା ବେଳେ ଏବେ ୧ ଟଙ୍କା ୨୭ ପଇସା ହୋଇଥିବା ଜଣାପଡ଼ିଛି । ଏକମାସ ଧରି କ୍ରମାଗତ ଭାବେ ତେଲ ଦର ବୃଦ୍ଧିକୁ ନେଇ ରାଜ୍ୟରେ ବସ୍ ଭଡ଼ା ସମୀକ୍ଷା କରିବା ପାଇଁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଦାବି କରାଯାଉଥିଲା ।

error: Thank You Keep Visiting