ଦାମ ବନାମ ବିଷ୍ଣୁ ବିବାଦକୁ ନେଇ ଅଡ଼ୁଆରେ ପଡ଼ିଛି ଦଳ

An Independent Media

ଭୁବନେଶ୍ୱର: ଦାମଙ୍କୁ ଟାର୍ଗେଟ୍ କରି ପରୋକ୍ଷରେ ଦଳର ଗୁମର ଖୋଲିଲେ ବିଷ୍ଣୁ ଦାସ । ମା’କୁ ସମ୍ମାନ ଓ ଗାଁକୁ କାମ ଥିଲା ବିଜେଡିରେ ନାରା । ହେଲେ ଏହି ନାରାକୁ ନେଇ ପୁଣି ଥରେ ଅଡୁଆରେ ପଡିଛି ବିଜେଡି । ମା’କୁ ସମ୍ମାନ ବଦଳରେ ଅସମ୍ମାନ କରାଯାଉଥିବା କଥା ବିରୋଧୀ କଂଗ୍ରେସ ଓ ବିଜେପି ଅଭିଯୋଗ କରୁଥିବାବେଳେ ଏଥିରେ ପରୋକ୍ଷରେ ମୋହର ଲଗାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଜଗତସିଂହପୁର ଜିଲା ସଭାପତି ବିଷ୍ଣୁ ଚରଣ ଦାସ । ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ଟାର୍ଗେଟ କରିବାକୁ ଯାଇ ସେ ଦଳର ଗୁମର ସାଧାରଣରେ ଖୋଲିଦେଇଥିବା ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି । ଏପରିକି ବିଜେଡିରୁ ମାତ୍ର ୨ ଦିନ ହେଲା ବହିଷ୍କୃତ ହୋଇଥିବା ଦାମୋଦର ରାଉତ ଯଦି ଏପରି କାମ କରିଥିଲେ ତାହାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ କାହିଁକି ଥିଲେ ।

ଏପରି ଆଉ ଅନେକ ନେତା ଅଛନ୍ତି ନା’ ଦାମଙ୍କ କଟାକ୍ଷରୁ ରକ୍ଷା ପାଇବା ପାଇଁ ଏହିପରି ବୟାନ ଦେଇଛନ୍ତି ଏହା ଏବେ ବଡ ବିତର୍କର ବିଷୟ ପାଲଟିଛି । ବିଜେଡିରୁ ବହିଷ୍କୃତ ଡା. ଦାମୋଦର ରାଉତ ଓ ତାଙ୍କର ଚିରାଚରିତ ରାଜନୈତିକ ପ୍ରତିଦ୍ୱନ୍ଦୀ ବିଷ୍ଣୁ ଦାସଙ୍କ ମଧ୍ୟରେ ଚାଲିଥିବା ତର୍କ ଯୁଦ୍ଧ ବର୍ତ୍ତମାନ ଚରମ ସୀମାରେ ପହଂଚିଛି । ଏପରିକି ପରସ୍ପରର ବ୍ୟକ୍ତିଗତ ଗୋଇ ଖୋଳାଖୋଳି ଆରମ୍ଭ କରିଦେଇଛନ୍ତି । ବିଷ୍ଣୁ ଦାସ, ଦାମ ବାବୁଙ୍କୁ ଦୁଷ୍କର୍ମକାରୀ ଓ ଦୁର୍ନୀତିଗ୍ରସ୍ତ ବୋଲି କହିଥିବା ବେଳେ ଦାମ ବାବୁ ତାଙ୍କ ପ୍ରତିକ୍ରିୟା ବିଷ୍ଣୁଜଣେ ଦୁରାଚାରୀ ଓ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଶ୍ରୀ ଦାସ କହିଛନ୍ତି ଯେ ଦାମ ବାବୁ ସବୁବେଳେ ବିଜୁ ବାବୁ୍ଙ୍କ ଆଦର୍ଶ କଥା କୁହନ୍ତି । ମାତ୍ର ବାସ୍ତବରେ ସେ ଓଲଟା କାମ କରିଥାନ୍ତି ।

ବିଜୁ ବାବୁ ମହିଳାମାନଙ୍କୁ ସମ୍ମାନ ଦେଉଥିବା ବେଳେ ଦାମ ବାବୁ ମହିଳାମାନଙ୍କୁ ମଞ୍ଚରେ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କୁତ୍ରା ଘଟଣା ହେଉଛି ତାର ପ୍ରତ୍ୟେକ୍ଷ ପ୍ରମାଣ ସେଥିପାଇଁ ବିଜୁବାବୁ ତାଙ୍କ ପଶ୍ରୟ ଦେଉନଥିଲେ । ଚାକିରି କରିଥିବା ସମୟରେ ତାଙ୍କ ବିରୁଦ୍ଧରେ ସିମେନ୍ ଦୁର୍ନୀତିର ମାମଲା ରହିଛି । ସେ ସଂକ୍ରାନ୍ତୀୟ ଫାଇଲ୍ କୁ ପୁଣି ଖୋଲାଯିବ । ଦାମ ବାବୁ ହେଉଛନ୍ତି ଦୁର୍ନୀତିର ଗନ୍ତାଘର । ତାଙ୍କ ବିଷୟରେ ସମସ୍ତେ ଜାଣନ୍ତି । ସେ ମହିଳାଙ୍କୁ ଅସମ୍ମାନ କରିନ୍ତି ବୋଲି ବିଷ୍ଣୁ ଦାସ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ।

error: Thank You Keep Visiting